www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମ ନୂତନ ଏସ୍‌ପି ଭାବେ ଶୁଭେନ୍ଦୁ କୁମାର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର: ଗଞ୍ଜାମ ଜିଲାର ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର। ୨୦୧୯ ବ୍ୟାଚର ଯୁବ ଆଇପିଏସ ଅଫିସର ଆଜି ଯୋଗ ଦେବା ପରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାର୍ଗତ କରିଛନ୍ତି। ପୂର୍ବରୁ ସେ କନ୍ଧମାଳରେ ଏସପି ଭାବେ କାର୍ଯ୍ୟ କରିଛନ୍ତି।
ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି, ଗଞ୍ଜାମ ଜିଲ୍ଲା ଏକ ଧାର୍ମିକ କ୍ଷେତ୍ର। ଏଠାରେ ସେବା କରିବାର ସୁଯୋଗ ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ, ଏବେ ପାର୍ବଣ ଋତୁ ଚାଲିଥିବାରୁ ଶାନ୍ତି ଶୃଙ୍ଖଳାରେ କିପରି ଶେଷ ହେବ ସେ ଦିଗରେ ଆମେ କାମ କରିବୁ। ଗଞ୍ଜାମରେ ଅପରାଧି ସମସ୍ୟାକୁ ଦକ୍ଷତାର ସହିତ ମୁକାବିଲା କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ଉପରେ ଅଧିକ ଧ୍ୟାନ ଦିଆଯିବ। ଅପରାଧ ମୁକ୍ତ ଗଞ୍ଜାମ ସମେତ ନାଗରିକମାନଙ୍କୁ ସରକ୍ଷା ଯୋଗାଇବା ସହ ଶାନ୍ତି ଶୃଙ୍ଖଳା ଉପରେ ଅଧିକରୁ ଅଧିକ ଫୋକସ ରହିବ ବୋଲି କହିଛନ୍ତି। ପୂର୍ବରୁ ଥିବା ଏସପି ଜଗମୋହନ ମିନା କଟକ ଡିସିପି ଭାବେ ବଦଳି ହୋଇଛି। ସେ ଗଞ୍ଜାମ ଜିଲାରେ ୮ ଜାନୁଆରୀ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଏସପି ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି।

ଭିଡିଓରେ ଦେଖନ୍ତୁ; ଚୋରଙ୍କୁ ଘର ଭିତରକୁ ଯିବାକୁ ଦେଲେନି ମହିଳା, କଲେ ଏମିତି, ସାହସିକତାକୁ ପ୍ରଶଂସା କରୁଛନ୍ତି ଲୋକେ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories