www.samajalive.in
Sunday, December 14, 2025
16.1 C
Bhubaneswar

ଗଞ୍ଜାମ ନୂତନ ଏସ୍‌ପି ଭାବେ ଶୁଭେନ୍ଦୁ କୁମାର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର: ଗଞ୍ଜାମ ଜିଲାର ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର। ୨୦୧୯ ବ୍ୟାଚର ଯୁବ ଆଇପିଏସ ଅଫିସର ଆଜି ଯୋଗ ଦେବା ପରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାର୍ଗତ କରିଛନ୍ତି। ପୂର୍ବରୁ ସେ କନ୍ଧମାଳରେ ଏସପି ଭାବେ କାର୍ଯ୍ୟ କରିଛନ୍ତି।
ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି, ଗଞ୍ଜାମ ଜିଲ୍ଲା ଏକ ଧାର୍ମିକ କ୍ଷେତ୍ର। ଏଠାରେ ସେବା କରିବାର ସୁଯୋଗ ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ, ଏବେ ପାର୍ବଣ ଋତୁ ଚାଲିଥିବାରୁ ଶାନ୍ତି ଶୃଙ୍ଖଳାରେ କିପରି ଶେଷ ହେବ ସେ ଦିଗରେ ଆମେ କାମ କରିବୁ। ଗଞ୍ଜାମରେ ଅପରାଧି ସମସ୍ୟାକୁ ଦକ୍ଷତାର ସହିତ ମୁକାବିଲା କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ଉପରେ ଅଧିକ ଧ୍ୟାନ ଦିଆଯିବ। ଅପରାଧ ମୁକ୍ତ ଗଞ୍ଜାମ ସମେତ ନାଗରିକମାନଙ୍କୁ ସରକ୍ଷା ଯୋଗାଇବା ସହ ଶାନ୍ତି ଶୃଙ୍ଖଳା ଉପରେ ଅଧିକରୁ ଅଧିକ ଫୋକସ ରହିବ ବୋଲି କହିଛନ୍ତି। ପୂର୍ବରୁ ଥିବା ଏସପି ଜଗମୋହନ ମିନା କଟକ ଡିସିପି ଭାବେ ବଦଳି ହୋଇଛି। ସେ ଗଞ୍ଜାମ ଜିଲାରେ ୮ ଜାନୁଆରୀ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଏସପି ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି।

ଭିଡିଓରେ ଦେଖନ୍ତୁ; ଚୋରଙ୍କୁ ଘର ଭିତରକୁ ଯିବାକୁ ଦେଲେନି ମହିଳା, କଲେ ଏମିତି, ସାହସିକତାକୁ ପ୍ରଶଂସା କରୁଛନ୍ତି ଲୋକେ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories