www.samajalive.in
Friday, December 5, 2025
20.1 C
Bhubaneswar

ଗାଈଗୋରୁଙ୍କ କବଜାରେ ଗଞ୍ଜାମ ସହର

ଗଞ୍ଜାମ: ଗଞ୍ଜାମ ସହରରେ ସନ୍ଧ୍ୟା ସମୟରେ ମୁଖ୍ୟ ରାସ୍ତାରେ ଗାଈଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ସହରର ବଡ଼ବଜାର ଠାରୁ ଆରମ୍ଭ କରି ସାନବଜାର ପର୍ଯ୍ୟନ୍ତ ଗାଈଗୋରୁ ପଲଙ୍କ ଉପଦ୍ରବ ଲୋକଙ୍କୁ ଅତିଷ୍ଟ କରି ଦେଲାଣି। ଗଞ୍ଜାମ ଏନ୍ଏସିର ମାଛ ମାର୍କେଟ, ସାନ ବଜାର, ବଡ଼ବଜାର, ମେଡ଼ିକାଲ ଛକ, ବ୍ଲକ୍ ଅଫିସ୍ ସମ୍ମୁଖ, ଜୟଶ୍ରୀ ଛକ ଓ ପୁଇଁତୋଳା ଛକ ରାସ୍ତାରେ ପଲ ପଲ ଗାଈଙ୍କ ଉପଦ୍ରବ ଦେଖିବାକୁ ମିଳୁଛି।
ସକାଳ ସମୟରେ ରାସ୍ତା ଖାଲି ରହିଥିବା ବେଳେ ସନ୍ଧ୍ୟା ସମୟରୁ ରାତିସାରା ଗାଈଗୋରୁଙ୍କ କବଜାରେ ମୁଖ୍ୟ ରାସ୍ତାଟି ରହୁଛି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ବାଇକଆରୋହୀ ଏବଂ ପଥଚାରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ବଡ଼ ବଜାର ଠାରୁ ସାନ ବଜାର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସନ୍ଧ୍ୟା ସମୟରେ ବଜାର ଗହଳି ରହୁଥିବା ବେଳେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଏବଂ ଗାଈଗୋରୁ ମୃତ ଆହତ ହେବାର ମଧ୍ୟ ନଜର ରହିଛି।
ପ୍ରଶାସନ ପକ୍ଷରୁ ଗଞ୍ଜାମ ସହର ସମେତ ଆଖପାଖ ଅଂଚଳର ଗାଈଗୋରୁ ମାଲିକ ମାନଙ୍କୁ କୌଣସି ପ୍ରକାର ନୋଟିସ କିମ୍ବା ତାଗିଦ୍ ହେଉନଥିବାରୁ ଗାଈଗୋରୁ ମାଲିକ ମାନେ ମଧ୍ୟ ଖୁଲମଖୁଲା ରାସ୍ତା ଉପରେ ଛାଡୁଥିବା ଦେଖିବାକୁ ମିଳୁଛି । ତେଣୁ ବୁଲା ଗାଈଗୋରୁଙ୍କୁ ଆକଟ ପାଇଁ ତୁରନ୍ତ କାହାକୁ ଦାୟିତ୍ୱ ଦିଆଯାଉ ନଚେତ ପ୍ରଶାସନ ପକ୍ଷରୁ ଏହି ମାଲିକ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।

ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories