www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟାଳୟ ମରାମତି ଓ ନବୀକରଣ ପାଇଁ ବିଡିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର କରଡାପଦର ପ୍ରାଥମିକ ବିଦ୍ୟାଳୟର ମରାମତି ଓ ନବୀକରଣ ନିମନ୍ତେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ପରିଚାଳନା କମିଟି। ସୋମବାର କରଡ଼ାପଦର ଗ୍ରାମର ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର କିଛି ସଦସ୍ୟ ଏକତ୍ରିତ ହୋଇ ବିଦ୍ୟାଳୟ ସମସ୍ୟା ନେଇ ବିଡିଓ ମନୀଷା ଦାସଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ବହୁତ ପୁରୁଣା ବିଦ୍ୟାଳୟ ରହିଛି। ସେହି ବିଦ୍ୟାଳୟ ଅତି ବିପଦସଂକୁଳ ଅବସ୍ଥାରେ ରହିଛି। ଗତ ପାଞ୍ଚ ବର୍ଷ ହେଲାଣି ଛାତରୁ ବର୍ଷା ପଡ଼ି ସିମେଣ୍ଟ ଅତଡ଼ା ଖସି ଲୁହା ଛଡ଼ ଦେଖାଯାଉଛି। ଯାହା ଦ୍ୱାରା ବର୍ଷା ସମୟରେ ଶ୍ରେଣୀ ଗୃହରେ ବର୍ଷା ପାଣି ଭର୍ତ୍ତି ହୋଇ ରହୁଛି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଅଫିସ ଗୃହରେ ମଧ୍ୟ ପାଣି ଗଳୁଛି। ବାହାରେ ରଖାଯାଇଥିବା ଜିନିଷ ପତ୍ର ବର୍ଷା ପାଣି ପଡ଼ି ନଷ୍ଟ ହେଉଛି ବୋଲି ଗ୍ରାମର ଉତ୍ତରା ପେରିସିକା, ମକର ନେମାଲପୁରୀ, ତ୍ରିନାଥ ପେରିସିକା, ନରସିଂହ ରାଓ ହୁଈକା, ବୁଟା କୁଲିସିକା, ଦୟାନିଧି କୁଲିସିକା, ରମେଶ ପେରିସିକା, ବିଙ୍ଗୁ ହୁଈକା ପ୍ରମୁଖ ଉପସ୍ଥିତ ରହି ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଦୁଇଦିନ ମଧ୍ୟରେ ସହକାରୀ ଯନ୍ତ୍ରୀଙ୍କୁ ପଠାଇ ତଦନ୍ତ କରି ଆସିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଦ୍ୟାଳୟ ସଭାପତି ରାମସିଙ୍ଗ କୁଲେସିକା କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories