www.samajalive.in
Monday, December 15, 2025
24.1 C
Bhubaneswar

ପାଳିବନ୍ଦ ପ୍ରାଥମିକ ବିଦ୍ୟାଳୟରେ ଶିଶୁଲେଖକ କର୍ମଶାଳା

ଗଞ୍ଜାମ: ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ଏ କ୍ରିଷ୍ଣା ରାଓ ସଭାପତିତ୍ୱ କରିଥିବା ବେଳେ, ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଭାଗିରଥି ବେହେରା ମୁଖ୍ୟ ଅତିଥି, ପାଳିବନ୍ଦ ଗ୍ରାମ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ, ନାୟବ ସରପଞ୍ଚ କୃଷ୍ଣ ଚନ୍ଦ୍ର ପ୍ରଧାନ, ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଶିକ୍ଷାବିତ ତଥା ଆଞ୍ଚଳିକ ପ୍ରତିଭା ତ୍ରିନାଥ ବେହେରା  ମୁଖ୍ୟ ବକ୍ତା,  ରୂପେ ଯୋଗ ଦେଇଥିଲେ ।  ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଗଳ୍ପ, ପ୍ରବନ୍ଧ, କବିତା ବିଭାଗର ପଠନ, ଲିଖନ ଓ ଆବୃତ୍ତି ଆଦି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ନିଜ ଶୈକ୍ଷିକ ଦକ୍ଷତାର ପରିଚୟ ଦେଇଥିଲେ ।

- Advertisement -

ଏହି ଶୈକ୍ଷିକ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ମୁଖ୍ୟ ବକ୍ତା ଶ୍ରୀ ତ୍ରିନାଥ ବେହେରାଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଯାଇଥିଲା । ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ବାସନ୍ତୀ ଲତା  ସ୍ୱାଇଁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

ଏଥିରେ ପାଳିବନ୍ଦ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦାମୋଦର ପଣ୍ଡା, ଶିକ୍ଷକ ବିପ୍ର ଚରଣ ସାହୁ, ପରିଚାଳନା କମିଟିର ସଦସ୍ୟ, ପିତୃମାତୃ ଅଭିଭାବକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଅବସରରେ ପିଲାଙ୍କ ମାଗାଜିନ୍ ସୃଜନୀ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଶେଷରେ ପ୍ରଧାନଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories