www.samajalive.in
Sunday, December 7, 2025
23.1 C
Bhubaneswar

ଗଞ୍ଜାମରେ ରକ୍ତଦାନ ଶିବିରର ୮୫ ୟୁନିଟ ରକ୍ତ ସଂଗୃହୀତ

ଗଞ୍ଜାମ : ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଗଂଜାମ ସହର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯଇଥିଲା । ଗଂଜାମ ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍ ଓ
,ପିପୁଲ ଫର୍ ଗଞ୍ଜାମ ଆନୁକୂଲ୍ୟରେ ଭାରତୀ ବିଦ୍ୟା ପୀଠ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଗ୍ରାସୀମ ଇଣ୍ଡଷ୍ଟ୍ରିଜର ୟୁନିଟ୍ ମୁଖ୍ୟ ଦିଗ୍ ବିଜୟ ପାଣ୍ଡେ, ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି,ଗଞ୍ଜାମ ବିଡ଼ିଓ ବିଶ୍ଵଜିତ ରାୟ, ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ,ଭାରତୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ରେଡ୍ଡୀ ଓ ହାସ୍ୟ ଅଭିନେତା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ।
ରକ୍ତ ଦାନ ଭଳି ଏକ ମହତ ପୁଣ୍ୟ କାମରେ ଯେଉଁ ମାନେ ରକ୍ତ ଦାନ କଲେ ସେମାନଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ । ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ଇଂ.ଵିନୋଦ କୁମାର ପାଢୀ,ସମ୍ପାଦକ ଗୌର ଶଙ୍କର ପାଢ଼ୀ , ବଡ଼ ବଜ଼ାର ବେବ୍ୟସାୟିସଙ୍ଘ ସଭାପତି ଗୋରୀ ଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, କାଉନସିଲର ପୁରୁଷୋତ୍ତମ ସାହୁ,ଲଷ୍ମୀ ଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସ।ହିତ କରିଥିଲେ। ସେହିପରି ପିପୁଲ୍ ଫର୍ ଗଞ୍ଜାମ”ର ,ପ୍ରଭାତ ବିଶ୍ବାଳ,ସୁଦାମ ଜେନା, , ପ୍ରଣବ ପ୍ରଧାନ, ,”ସକ୍ଷମ”ର ବସନ୍ତ କୁମାର ସାହୁ, ସନ୍ତୋଷ ରେଡ୍ଡୀ, “ଭରସା”ର ଦୁର୍ଗା ମାଧବ ପାଣିଗ୍ରାହୀ, ଵିନୋଦ ଚନ୍ଦ୍ର ପଲେଇ, “ଅପୂର୍ବା” ର ପ୍ରଶାନ୍ତ ପଣ୍ଡା, ପ୍ରଭାତ ସାହୁ, “ଗାୟତ୍ରୀ ପରିବାର ବିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି” ର ପଞ୍ଚାନନଖଟୁଆ,” ପ୍ରମୁଖ ଉପସ୍ଥିତ ରହିଥିଲେ । ଶିବିରରେ ପ୍ରଥମେ ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ ଓ ସେବୀସ୍ମିତା ମହାରଣା ରକ୍ତଦାନ କରିଥିଲେ। ଏହି ଶିବିରକୁ ,ସନ୍ତୋଷ ତରାଇ,ଭଗବାନ ପ୍ରଧାନ , ପ୍ରକାଶ ମହାଙ୍କୁଡ, ଡି.କେ.ରାଓ, ପରିଚାଳନା କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories