www.samajalive.in
Monday, December 15, 2025
15.1 C
Bhubaneswar

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ

ଗଞ୍ଜାମ: ସାରା ଦେଶରେ ପାଳିତ ହେଉଛି  ୭୬ ତମ ସ୍ବାଧୀନତା ଦିବସ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ଘରେ ଘରେ ତ୍ରିରଙ୍ଗା ମହୋତ୍ସବ ପାଳନ କରାଯାଇଛି । ଏହି ମହାନ୍ ଦିବସରେ ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ସଂଗଠନ ପକ୍ଷରୁ ଏହି ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ତାରିଣୀ ପଲ୍ଲୀ ଗ୍ରାମରୁ ଛୋଟବଶା ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା । ଏହି ତ୍ରିରଙ୍ଗା ଯାତ୍ରାରେ ସଂଗଠନର ସଦସ୍ୟ, ଗ୍ରାମବାସୀ ଓ ନୀଳକଣ୍ଠେଶ୍ଵର ଶିକ୍ଷା କେନ୍ଦ୍ର ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ଗ୍ରାମ ବୁଲି ଶେଷରେ ଗ୍ରାମରେ  ପତାକା ଉତ୍ତୋଳନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସାମରିକ ବାହିନୀ କର୍ମଚାରୀ ଶ୍ରୀ ଦୁର୍ଯ୍ୟୋଧନ ସେଠୀ ପତାକା ଉତ୍ତୋଳନ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ସେଠୀ, ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉପଦେଷ୍ଟା ଶ୍ରୀ ଗଣପତି ବେହେରା, ସଭାପତି କୈଳାସ ସେଠୀ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ପ୍ରକାର ସ୍ଵାଧୀନତା ସମନ୍ଧିୟ ବକୃତା, କବିତା, ସଙ୍ଗୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେଇ ପୁରସ୍କାର ବିତରଣ କରାଯାଇଥିଲା । ଉପଦେଷ୍ଟା ଚୈତନ୍ୟ ରେଡ୍ଡୀଙ୍କ ସଂଯୋଜନାରେ ତ୍ରିରଙ୍ଗା ଯାତ୍ରାରେ ଦୀପକ ସାହୁ, ରବୀନ୍ଦ୍ର ଗୌଡ, ସଭାପତି କୈଳାସ ସେଠୀ, ସମ୍ପାଦକ ସୁନିଲ ସେଠୀ, ବି ଦେବାଶିଷ ରେଡ଼ି, ଆର୍ ମାଗୁଣି ରେଡ଼ି, ନିରାକାର ମହାରଣା, ସୁରେନ୍ଦ୍ର ଗୌଡ, ମୋଚିରାମ ବେହେରା, ଟୁନା ବେହେରା ପ୍ରମୁଖଙ୍କ ନେତୃତ୍ବରେ ବି ତୋଫାନ, ସିମଞ୍ଚଳ ମହାପାତ୍ର, ବି ଯୁଗଳ ରେଡ଼ି, ପି ହରିକୃଷ୍ଣ, ୟୁ କୈଳାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories