www.samajalive.in
Sunday, December 14, 2025
26.1 C
Bhubaneswar

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ

ଗଞ୍ଜାମ: କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ସ୍ଥିତି ଅଞ୍ଚଳ ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଅବଲମ୍ବନ କରିଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ଯୋଗୁଁ  ସେଠାକାର ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନର ୨୭ ଜଣିଆ ଓଡ୍ରାଫ ଟିମ ସୋମବାର କେନ୍ଦ୍ରାପଡ଼ା ଜିଲ୍ଳା ଗସ୍ତ କରିଥିବା ଜଣାପଡିଛି ।

ଏହି ଟିମରେ ଓଡ୍ରାଫ ଇନଚାର୍ଜ ବି.ଏନ ମଲିକ ଓ ଏସଆଇ ପିକେ ସୁବୁଦ୍ଧି ଏହାର ନେତୃତ୍ୱ ନେଇଛନ୍ତି । ଓଡ୍ରାଫ ଟିମ ଗ୍ରସ୍ତ ବେଳେ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟ ନାରାୟଣ ମଲିକ, ଡେପୁଟି କମାଣ୍ଡଣ୍ଟେନ୍ଟ ପ୍ରଫୁଲ୍ଲ କୁମାର ସିଂ, ସିପାହୀ ହାବିଲଦାର ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ନିଜେ ସୁରକ୍ଷିତ ରହି କାମ କରିବାକୁ କମାଣ୍ଡଣ୍ଟେଟ ମଲିକ ପରାମର୍ଶ ଦେଇଛନ୍ତି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories