www.samajalive.in
Sunday, December 14, 2025
23.1 C
Bhubaneswar

ଗୋପାଳ କୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତହୋଇଯାଇଛି  । ଅଧ୍ୟକ୍ଷ ଡ.ସିଏଚ଼. ସୁଧାକରଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହାସମାରୋହରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାର ବିକାଶରେ ସମାଜର ସାମଗ୍ରିକ ବିକାଶ ସମ୍ଭବ ଏବଂ ଉଚିତ୍ ଶୈକ୍ଷିକ ବାତାବରଣ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି କହିଥିଲେ ।

ମୁଖ୍ୟ ବକ୍ତା ରୂପେ ପୂର୍ବତନ ବିଦ୍ୟାଳୟ ପରିଦର୍ଶକ ଶ୍ରୀଯୁକ୍ତ  ରବୀନ୍ଦ୍ର କୁମାର ସାହୁ ଯୋଗଦେଇ ଅଧ୍ୟାପନାକୁ ଏକ ବ୍ରତ ରୂପେ ଗ୍ରହଣ କରିବା ପାଇଁ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଛନ୍ତି ।

- Advertisement -

ସମ୍ମାନୀୟ ଅତିଥି ଭାବରେ ଗଞ୍ଜାମ ମହାବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ଵରେ ଥିବା ଶ୍ରୀଯୁକ୍ତ ରୋହିତ କୁମାର ସାହୁ । ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଶ୍ରୀ ଲିଙ୍ଗରାଜ ସାହୁ, ଶ୍ରୀ କହ୍ନେଇ ନାୟକ, ପିତାମ୍ବର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ଡଃ.ଅନିତା ମିଶ୍ରଙ୍କ ବେଦ ପାଠ ସହ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟାକ୍ରମ ଶୁଭାରମ୍ଭ ହୋଇଥିଲା । ଅଧ୍ୟାପିକା ଜ୍ୟୋତ୍ସ୍ନା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅଧ୍ୟାପକ ଜଗଦୀଶ ପାଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ଅଧ୍ୟାପକ ଡଃ.ଗଜେନ୍ଦ୍ର କୁମାର ସେଠୀ, ଦୀନବନ୍ଧୁ ପାତ୍ର, ବିଜୟ କୁମାର ସ୍ବାଇଁ, କୁମାରି ଲିଲୁ ଦେବୀ, ପ୍ରହଲ୍ଲାଦ ବେହେରା, ଅଭିମନ୍ୟୁ ସାହୁ, ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇ ଅନୁଷ୍ଠାନର ଗୁଣ ଗାନ କରିଥିଲେ । ପରିଶେଷରେ ଅଧ୍ୟାପିକା ସନ୍ତୋଷୀ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories