www.samajalive.in
Sunday, December 14, 2025
23.1 C
Bhubaneswar

ତେଲ ନଦୀରେ ବନ୍ୟା, ବୁଡ଼ିଲା ଚାଷ ଜମି

ଟିଟିଲାଗଡ଼: ଟିଟିଲାଗଡ଼ ଅଞ୍ଚଳରେ ଗତ ପାଞ୍ଚ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜୋରନାଳ ଭର୍ତ୍ତି ହେବା ସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ତେଲ ନଦୀରେ ବନ୍ୟା ଆସିଛି । ବନ୍ୟା ଜଳ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ଉପରେ  ତରସିଂହା ଗାଁ ନିକଟରେ ପ୍ରବାହିତ ହେଉଛି । ଖବର ପାଇ ଟିଟିଲାଗଡ଼ ଉପଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ପରଖିଛନ୍ତି । ବନ୍ୟା ଜଳରେ  ବିକେପୁର ପଞ୍ଚାୟତର ଚୋରମରା, ତରାସିଂହା, ରିଗଡୁଲ, ବିଜେପୁର ତଥା ସଇଁତଲା ବ୍ଲକର ବେଲଗାଁ ଅଞ୍ଚଳର ଚାଷ ଜମିକୁ ମାଡି ଯାଇଛି । ଫଳରେ ଶହଶହ ଏକର ଚାଷ ଜମି ଜଳ ପ୍ଲାବିତ ହୋଇ ଧାନ ଫସଲ ନଷ୍ଟ ଆଶଙ୍କା ସୃଷ୍ଟି କରିଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ମାଟିଖପର ଘର ଭାଙ୍ଗିଛି । ଟିଟିଲାଗଡ଼ ତହସିଲଦାର ବନ୍ୟାଞ୍ଚଳ ଗସ୍ତ ଶହ କ୍ଷୟକ୍ଷତି ଆକଳନ କରାଯାଉଥିବା ସୂଚନା ଦେଇଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories