www.samajalive.in
Monday, December 15, 2025
14.1 C
Bhubaneswar

ଗୋଳାବନ୍ଧ ଗସ୍ତ ସମୟରେ ଗୋପାଳପୁର ବିଧାୟକଙ୍କୁ ବିରୋଧ, ଧସ୍ତାଧସ୍ତି

ଗୋପାଳପୁର: ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାବନ୍ଧ ଗସ୍ତ କରିବା ସମୟରେ କମଳାପୁର ଛକଠାରେ ବିଜେଡି କର୍ମୀ ମାନେ କଳାପତାକା ଦେଖାଇବା ସହ ବିରୋଧ କରିଥିଲେ । ଯାହାକୁ ନେଇ ଉଭୟ ବିଧାୟକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହ ବିଧାୟକଙ୍କୁ ସୁରକ୍ଷା ମଧ୍ୟରେ ଏସକୋର୍ଟ କରି ନେଇ ଗୋଳାବନ୍ଧ ଠାରେ ପହଞ୍ଚାଇଥିଲେ । ଆଜି ଗୋପାଳପୁର ବିଧାୟକ‌ ଡ ପ୍ରଦୀପ କୁମାର ପାଣିଗ୍ରାହୀ, ଗୋଳାବନ୍ଧ ଠାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।

ଏହି କ୍ରମରେ ବିଧାୟକ ଡ ପାଣିଗ୍ରାହୀ ପ୍ରାୟ ସାଢେ଼ ୯ଟା ବେଳେ କମଳାପୁର ଠାରେ ପହଞ୍ଚିବା ସମୟରେ‌ ସେଠାରେ ପୂର୍ବରୁ ଉପସ୍ଥିତ ରହିଥିବା ବିଜେଡି ନେତା ଏସ ଧର୍ମରାଜ ରେଡ୍ଡୀଙ୍କୁ ସମେତ ବ୍ଲକ ଅଧ୍ୟକ୍ଷ ଅଜିତ କୁମାର ଦାସ, ବ୍ଲକ ଯୁବ ବିଜେଡି ସଭାପତି ବିନୋଦ ମହାଙ୍କୁଡଙ୍କ ସମେତ ଅନ୍ୟାନ୍ୟ କର୍ମୀ ମାନେ ହାତରେ କଳା ପତାକା ଧରି ଉପସ୍ଥିତ ରହିଥିଲେ । ବିଧାୟକଙ୍କ କାରକୁ ଦେଖିବା ମାତ୍ରେ କର୍ମୀ ଓ ନେତା ମାନେ ପ୍ରଦୀପ ପାଣିଗ୍ରାହୀ ଗୋ‌‌ ବେକ, ବିଜେଡି ଜିନ୍ଦାବାଦ ନାରା ଦେଇ ରାସ୍ତା ରୋକ କରିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ଡିଧାୟକ ଡ ପାଣିଗ୍ରାହୀ ନିଜେ କାରରୁ ଓହ୍ଲେଇ କାର ସମ୍ମୁଖରେ ହୋହଲ୍ଲା କରୁଥିବା ଧର୍ମରାଜ ରେଡ୍ଡୀଙ୍କୁ ଠେଲି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଧର୍ମରାଜ ରେଡ୍ଡୀ ମଧ୍ୟ ବିଧାୟକଙ୍କୁ ଠେଲି ଦେଇଥିଲେ ।

- Advertisement -

ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ରହିଥିବା ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଏଥିରେ ହସ୍ତକ୍ଷେପ କରିବା ସହ ବୁଝାସୁଝା କରି ବିଧାୟକଙ୍କୁ ଏସକୋର୍ଟ କରି ଗୋଳାବନ୍ଧ ଠାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚାଇବ ଥିଲେ । ସେଠାରେ ବିଧାୟକ ପତାକା ଉତ୍ତୋଳନ କରିବା ସହ ଦେଶ ସ୍ବାଧିନତାର ୭୫ ବର୍ଷ ପାଳନ କରୁଥିବା ବେଳେ ସେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯାଉଥିବା ବେଳେ ବିଜେଡି କର୍ମୀ ମାନେ କଳାପତାକା ଦେଖାଇ ବିରୋଧ କରିବାକୁ ନାପସନ୍ଦ କରିବା ସେ ଓ୍ବାନ ମେନ ଆର୍ମି ବୋଲି ନିଜକୁ ଅବିହିତ କରିଥିଲେ । ଏଥି ସହ ସୂର୍ଯ୍ୟ ଅଛି, ତାର ଚମକ ଭି ଅଛି, ତାକୁ କିଏ ତାହାଠୁ ଛଡେଇ ନେଇ ପାରିବ ନାହିଁ ବୋଲି ମତପୋଷଣ କରିଥିଲେ । ଅନ୍ୟ ପଟେ ବିଜେଡି ନେତା ଏସ ଧର୍ମରାଜ୍ ରେଡ୍ଡୀଙ୍କ ପକ୍ଷରୁ କୁହାଯାଇଛି ଯେ, ଗୋପାଳପୁର ବିଧାୟକ ଡ ପାଣିଗ୍ରାହୀ, ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ଟାଟାରେ ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଲୁଟି ନେବା ସହ ଜନବିରୋଧୀ କାର୍ଯ୍ୟକଳାପ କରିଥିବା ଯୋଗୁଁ ତାଙ୍କୁ ଦଳ ପକ୍ଷରୁ ବହିଷ୍କୃତ କରାଯାଇଥିଲା ।

ଏଣୁ ଜଣେ ଜନବିରୋଧୀ ନେତାଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀରେ ପ୍ରବେଶ କରାଇ ଦିଆଯିବ ନାହିଁ । ଏଣୁ ଯେତେବେଳେ ମଧ୍ୟ ଡ ପାଣିଗ୍ରାହୀ ଗୋପାଳପୁର ଗସ୍ତରେ ଆସିବେ ସେ ଏହାକୁ ବିରୋଧ କରିବେ ବୋଲି କହିଛନ୍ତି । ଅନ୍ୟ ପଟେ ପୂର୍ବରୁ ବିଜେଡି କର୍ମୀଙ୍କ ପକ୍ଷରୁ ବିଧାୟକଙ୍କୁ ବିରୋଧ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ ପକ୍ଷରୁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କିନ୍ତୁ ପୁଲିସ ଉପସ୍ଥିତରେ ଏପରି ଏକ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏହି ଘଟଣା ପରେ ଗୋପାଳପୁର ରାଜନୀତିରେ ଗୋପାଳପୁର ବିଧାୟକଙ୍କ ପତିଆରା ବଢୁଥିବା ଅନୁମାନ କରାଯାଉଛି । ଡ ପାଣିଗ୍ରାହୀ ଗୋଳାବନ୍ଧ କାର୍ଯ୍ୟକ୍ରମ ସାରିବା ପରେ ଗୋଳାବନ୍ଧ ଠାରେ ଥିବା ଧବଳେଶ୍ଵର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ କରାପଲ୍ଲୀ ଠାରେ ପହଞ୍ଚିବା ପରେ ସେଠାରେ କରାପଲ୍ଲୀ ସମେତ ଅନ୍ୟାନ୍ୟ ଅଞ୍ଚଳର ନିଜ ସମର୍ଥକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ବିଧାୟକଙ୍କ ଗସ୍ତ ସମୟରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ମୋଟରସାଇକେଲ ସମେତ ଗୋଳାବନ୍ଧ ଓ କରାପଲ୍ଲୀ ଠାରେ ୫୦୦ରୁ ଉର୍ଦ୍ଧ୍ବ ଜନସମାଗମ ଦେଖା ଦେଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories