www.samajalive.in
Sunday, December 14, 2025
17.1 C
Bhubaneswar

ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନାଗହଣା

ଆରଡି: ଗତକାଲି ବିଳମ୍ବିତ ରାତିରେ ଆରଡିଫାଣ୍ଡି ଅଧିନସ୍ଥ ନାନ୍ଦପୁର କୋଇଲିଖା ଗାଁରୁ ଚୋରି ହୋଇଛି । କୋଇଲିଖା ଗାଁର ଜୟଚନ୍ଦ୍ର ରାୟଙ୍କ ଘରେ ୪ରୁ ୫ଜଣ ଦୁର୍ବୃତ୍ତ ଛାତର ସ୍କାଇଲାଇଟ୍‌ ଭାଙ୍ଗି ଘରେ ପଶି ତାଙ୍କ ଘରେ ଭଡାରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ମାଧୁରୀ ପରିଡାଙ୍କୁ ଛୁରୀ ଦେଖାଇ ନଗଦ ୨୫ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଘଟଣାକୁ ନେଇ ଆରଡି ଫାଣ୍ଡିରେ ଏତଲା ଦିଆଯିବା ପରେ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରାଯିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ଛାନଭିନ କରାଯାଇଥିଲା । ଏନେଇ ଫାଣ୍ଡି ଅଧିକାରୀ ଶ୍ରୀ ମଲ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories