ଗଞ୍ଜାମରେ ସରକାରୀ ଅଫିସକୁ ସାଧରଣଲୋକଙ୍କୁ ମନା
ଗଞ୍ଜାମ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏଥିରେ କରୋନା ଯୋଦ୍ଧା ସମେତ ବହୁ ସରକାରୀ କର୍ମଚାରୀ ଆକ୍ରନ୍ତ ହେଉଛନ୍ତି । ଗଞ୍ଜାମ ଜିଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲାରେ କିଛି ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସାଧାରଣ ଲୋକଙ୍କୁ ୧୦ ଦିନ ପାଇଁ ଗଞ୍ଜାମ ଜିଲାର ସମସ୍ତ ସରାକରୀ ଅଫିସକୁ ବାରଣ କରାଯାଇଛି । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମ ଜିଲାରେ ଆଜି ୧,୦୦୦ ପାର କରିଛି । ଯାଜା ଜିଲା ପ୍ରଶାସନ ପାଇଁ ମୁଖବ୍ୟଥାର କାରଣ ପାଲଟିଛି ।
From today onwards all government offices will be closed for citizens for next 10 days. We have to take this decisions as our senior officers getting corona affected. We pray for their quick recovery. @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) June 24, 2020
Comments are closed.