www.samajalive.in
Tuesday, December 9, 2025
15.1 C
Bhubaneswar

୪୫୨ କିଲୋ ଗଞ୍ଜେଇ ସହ ଟ୍ରକ, ଅଟୋ ,୨ ବାଇକ ଜବତ ; ୬ ଗିରଫ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଏସଆଇ ହୃଷିକେଶ ପଣ୍ଡା ଓ କର୍ମଚାରୀ ରବିବାର ପୂର୍ବାହ୍ନ ସମୟରେ ଖାରିଗୁଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଉଲିଆ ପଦା ଗ୍ରାମ ଛକଠାରେ ଏକ ଅଟୋ ଦୁର୍ଗମ ଅଞ୍ଚଳର ଗୁଣ୍ଡୁରୀପଙ୍କା ଗ୍ରାମରୁ ଗଞ୍ଜେଇ ଆଣି ଏକ ଟ୍ରକରେ ଲୋଡ କରୁଥିବା ବେଳେ ପାଖରେ ରହିଥିବା ୨ଟି ବାଇକ ଟ୍ରକକୁ ପହରା ଦେବାପାଇଁ ସେଠାରେ ରହିଥିଲା। ପୁଲିସ ଏମାନଙ୍କୁ ଦେଖି ସନ୍ଦେହରେ ଚଢ଼ାଉ କରିବା ବେଳେ ଗାଡିରୁ ୪୫୨କିଲେ। ଗଞ୍ଜେଇ ଜବତ କରିବା ସହ ଟ୍ରକ,ଅଟୋ ଓ ଦୁଇଟି ବାଇକକୁ ମଧ୍ୟ ଜବତ କରିଥିଲା। ଏଥିରେ ସଂପୃକ୍ତ ଥିଲା ବିହାର ରାଜ୍ୟ ପାଟଣା ସହର ଅନ୍ତର୍ଗତ ବୈଶାଳୀ ଅଞ୍ଚଳର ଟ୍ରକ ଚାଳକ ପଙ୍କଜ କୁମାର (୨୫), ହେଲପର ସନ୍ତୋଷ ଭଗତ (୪୦) ଓ ଅଡବା ଥାନା ଅଞ୍ଚଳର ଆଦି ନାୟକ(୨୧), ପ୍ରଦୀପ ନାୟକ(୩୫), ରେଜିସ ନାୟକ (୫୫) କ୍ରିଶାନ୍ତ ନାୟକ (୨୫) କୁ ଗିରଫ କରିଥିଲା। ସମସ୍ତ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଖାରିଗୁଡ଼ା ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ ସଂଗୃହୀତ ହୋଇ ବିହାର ରାଜ୍ୟକୁ ଚାଲାଣ ହେଉଥିଲା ବୋଲି ଏସଆଇ ହୃଷିକେଶ ପଣ୍ଡା କହିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଥାନା ଆଇଆଇସି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories