www.samajalive.in
Monday, December 15, 2025
14.1 C
Bhubaneswar

୫ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ମାଫିଆ ଫେରାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଏବେ ଗଞ୍ଜେଇ ମାଫିଆମାନଙ୍କ ଚରା ଭୂଇଁ ପାଲଟିଛି। କିଛି ଦିନ ହେବ ଏହି ଅଞ୍ଚଳକୁ ବାହାର ରାଜ୍ୟ ଓ ଜିଲ୍ଲାମାନଙ୍କୁ ରିତିମତ ଭାବରେ ଗଞ୍ଜେଇ ଚାଲାଣ ହେଉଛି। ଶତକଡା ୧୦୦ ରୁ ୫୦ ପ୍ରତିଶତ ମାଫିଆ ଚାଲାଣ ସମୟରେ ପୁଲିସ ହାତରେ ଧରାପଡି ଜେଲ ଯାଉଥିବା ବେଳେ ଅଧିକାଂଶ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଉଛନ୍ତି। ବିଗତ ଦିନମାନଙ୍କରେ ଏହି ଅଞ୍ଚଳରେ ଜିଲ୍ଲା ପୁଲିସ ମୁଖିଆଙ୍କ ନିର୍ଦେଶକ୍ରମେ ଗଞ୍ଜେଇ କାରବାର ଓ ଗଞ୍ଜେଇ ଚାଷକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ଏହାସହ କିଛି ମାସ ତଳେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଅଞ୍ଚଳରେ ବେଆଇନ ଭାବରେ ଚାଷ ହୋଇଥିବା କୋଟି କୋଟି ଟଙ୍କାର ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରିଛନ୍ତି। ତଥାପି ଏହି ଅଞ୍ଚଳରୁ ଗଞ୍ଜେଇ କାରବାର କମିବାର ନାଁ ଧରୁନାହିଁ। ଏହି ପରିପ୍ରେକ୍ଷୀରେ ପୁଣି ଥରେ ଫିରିଙ୍ଗିଆ ପୁଲିସ ବଡ଼ ଗଞ୍ଜେଇ ଚାଲାଣ ରୋକିବାରେ ସଫଳ ହୋଇଛି। ଏଥର ମଧ୍ୟ ପୁଲିସକୁ ଚକମା ଦେଇ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ୫୨୯ କିଲୋ ୨୦୦ ଗ୍ରାମ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୁଲିସ।

ପୁଲିସର ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ତଳ ଟାମଟିଙ୍ଗିଆ ଗାଁ ପାଖ ରାସ୍ତା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଥିବା ଏକ କୁଡ଼ିଆ ଘରେ ଚଢ଼ାଉ କରିଥିଲେ। ପୁଲିସ ଆସିବାର ଖବର ପାଇ ମାଫିଆମାନେ କୁଡ଼ିଆ ମଧ୍ୟରେ ଗଞ୍ଜେଇ ଭର୍ତ୍ତି ବସ୍ତା ଛାଡି ଫେରାର ହୋଇ ଯାଇଥିବା ବେଳେ ପୁଲିସ ୨୧ଟି ବ୍ୟାଗରେ ଭର୍ତ୍ତି ହୋଇଥିବା ଏହି ଗଞ୍ଜେଇକୁ ଜବତ କରିଥିଲେ। ଅନ୍ୟପଟେ ଏହି ଘଟଣାରେ ପୁଲିସ ଫେରାର ହୋଇଯାଇଥିବା ମାଫିଆମାନଙ୍କୁ ଚିହ୍ନଟ କରିସାରିଥିବା ସୂଚନା ଦେଇଥିବା ବେଳେ ସମସ୍ତ ମାଫିଆ ତଳଟାମଟିଙ୍ଗିଆ ଗାଁର ବୋଲି ଜଣାପଡିଛି। ଏହି ଘଟଣାରେ ଫିରିଙ୍ଗିଆ ଥାନରେ ୮୪/୨୦୨୩ ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯିବା ସହ ଫେରାର ମାଫିଆମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories