ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ଭୋପାଲ: ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ୨ ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଦୁଇ ଚିତା ଶାବକ ଦୁର୍ବଳ ହୋଇଥିବାରୁ ଚିକିତ୍ସାଧୀନ ଥିଲେ। ଜୁନୋ ଜାତୀୟ ଉଦ୍ୟାନରେ ଚିତା ଶାବକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୪ରେ ୪ ଟି ଚିତା ଶାବକ ଜନ୍ମ ହୋଇଥିଲେ।

ନାମିବିଆରୁ ଭାରତର ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ଚିତା ଶାବକ ଆଜି ଆଖି ବୁୁଜିଛନ୍ତି । ଗତ ମେ ୨୩ ତାରିଖରେ ଗୋଟିଏ ଶାବକ ଆଖି ବୁଜିବା ପରେ ଆଜି ଆଉ ଦୁଇଟି ଶାବକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ମାର୍ଚ୍ଚ ୨୪ରେ ଜ୍ୱାଲା ନାମକ ଚିତା ୪ଟି ଶାବକ ଜନ୍ମ ଦେଇଥିଲା । ହେଲେ ଏହା ପରେ ଗୋଟିଏ ଶାବକ ଆଖି ବୁଜିଦେଇଥିଲା। ଏହାପରେ ବନ କର୍ମଚାରୀମାନେ ଅନ୍ୟ ୩ଟି ଶାବକର ଦେଖାରଖା ସହ ସ୍ବତନ୍ତ୍ର ଭାବେ ଯତ୍ନ ନେଇଥିଲେ। ହେଲେ ସେହି ୩ ଶାବକଙ୍କ ଭିତରୁ ଆଜି ଆଉ ୨ଟିର ମୃତ୍ୟୁ ହୋଇଛି।

 

Comments are closed.