ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି, ମୁକ୍ତ ହେବେ ୮ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରୁ ୮ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମୁକ୍ତ ହେବେ ବୋଲି ଜଣାପଡ଼ିଛି। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟର ବିଭିନ୍ନ ଜେଲରୁ ୮ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମୁକୁଳିବେ।

prayash

୧୧ଜଣ କଏଦୀଙ୍କ ନାମ ବିଭିନ୍ନ ଜେଲରୁ ମୁକ୍ତ ପାଇଁ ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡ ତର୍ଜମା କରି ସେମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେବାକୁ ସୁପାରିଶ କରାଯାଇଥିଲା। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡଙ୍କ ନିଷ୍ପତ୍ତି ପରେ ୮ଜଣଙ୍କ ନାମକୁ କମିଟି ମଞ୍ଜୁରୀ କରିଛନ୍ତି। ରାଉରକେଲା, ବଲାଙ୍ଗିରି, କୋରାପୁଟ, ଜାମୁଝରୀ ଜେଲରୁ ୮ଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମୁକୁଳିବେ ବୋଲି ସୂଚନା ମିଳିଛି।

kalyan agarbati

Comments are closed.