www.samajalive.in
Monday, December 15, 2025
27.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ କାରରୁ ୧୦୪ କିଲୋ ଗଞ୍ଜେଇ ଜବତ, ଚାଳକ ଫେରାର

ମୋହନା: ସ୍ଥାନୀୟ ଥାନା ଅନ୍ତର୍ଗତ ଲୁଡ୍ରୁ ଛକଠାରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରୁ ୧୦୪ କିଲେ ଗଞ୍ଜେଇ ଜବତ ହୋଇଛି। ଦୁର୍ଘଟଣା ପରେ କାରର ଚାଳକ ଘଟଣାସ୍ଥଳରୁ କେଉଁ ଆଡ଼େ ଫେରାର ହୋଇଯାଇଛି।

ଗୁରୁବାର ସକାଳ ୧୦ଟା ୩୦ରେ ଲୁଡ୍ରୁ ଛକଠାରେ ଏକ ଇଣ୍ଡିଗୋ କାର ନଂ-ଓଆର୦୨ବିୟୁ ୬୮୧୯ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ମୋହନା ଥାନା ଏଏସଆଇ ପୀତବାସ ଶତପଥୀ, ସଞ୍ଜୟ ପ୍ରଧାନ ଓ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। କାରଟି ଏକ ଗଛକୁ ଧକ୍କା ଦେଇ ସେହି ସ୍ଥାନରେ ପଡିରହିଥିବା ବେଳେ ଚାଳକ କାରରୁ ଓହ୍ଲେଇ କେଉଁ ଆଡ଼େ ଚମ୍ପଟ ମାରିଥିଲା। ପୁଲିସ କାରଟିକୁ ତଲାସିବା ବେଳେ କାର ଡିକିରୁ ୩ଟି ଜରି ବସ୍ତାରେ ପେକିଙ୍ଗ କରି ରଖାଯାଇଥିବା ୧୦୪ କିଲୋ ଗଞ୍ଜେଇ ଓ କାରଟିକୁ ମଧ୍ୟ ଜବତ କରିଥିବା ଜଣାପଡିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories