ବେଗୁନିଆ: ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଗାୟକ ସ୍ୱରସୁଧା ରମେଶଚନ୍ଦ୍ର ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗ୍ରାମବାସୀମାନଙ୍କ ସହିତ ବିଜେଡି ନେତା ପ୍ରଦୀପ କୁମାର ସାହୁ ତାଙ୍କ ଘରେ ପହଞ୍ଚି ମର ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଶେଷ ଦର୍ଶନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
ଗାୟକ ସ୍ୱରସୁଧା ରମେଶ ମହାପାତ୍ର ଏକାଧାରରେ ଜଣେ ଅନନ୍ୟ କଳାକାର, କବି, ଗୀତିକାର ,ରେଡ଼ିଓ, ଦୂରଦର୍ଶନ କଳାକାର, ପାଲା ଗାୟକ, କଣ୍ଠ ଶିଳ୍ପୀ, ଧୁଡୁକି ଏବଂ ଏକତାରା ବାଦକ ଥିଲେ। ସେ ନିଜର କଳା ମାଧ୍ୟମରେ ଅନେକ କ୍ଷେତ୍ରରେ ସମ୍ମାନିତ ହୋଇଥିଲେ। ସେ ନିମାଇଁ ଚରଣଙ୍କର ଗୀତକୁ ଅବିକଳ ନକଲ କରି ଗାଇବା ସହିତ ଭଜନ ମଧ୍ୟ ଗାଇବାରେ ପାରଦର୍ଶିତା ହାସଲ କରିଥିଲେ।



