www.samajalive.in
Monday, December 15, 2025
15.1 C
Bhubaneswar

ଭାଲିଆଗଡ ଗଣେଶ ପୂଜାରେ ୧୨୨ କେଜି ଲଡୁର ନିଲାମ, ୮୨ ହଜାର ଟଙ୍କାରେ କିଣିଲେ ଭକ୍ତ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ ଠାରେ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଉଥିବା ବେଳେ ପୂଜାରେ ୧୨୨ କେଜି ଓଜନର ଲଡୁ ଗଣେଶଙ୍କ ଠାରେ ଭୋଗ ଲାଗିଥିଲା। ଏହା ୮୨ ହଜାର ଟଙ୍କାରେ ନିଲାମ ହୋଇଛି । ଆଶିଷ ରାଉଳ,ଏମ ପିତାମ୍ବର,ଏମ ଡିଲେଶ, ଜାନକୀ ରାମ, ପିତାମ୍ବର ରାଉଳ,ଏସ ମିଟୁ ପ୍ରମୁଖ ଏହି ଲଡ଼ୁକୁ କିଣିବା ସହ ଗ୍ରାମରେ ସମସ୍ତଙ୍କୁ ବଣ୍ଟନ କରିଥିଲେ। ଗାଁର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ  ପୂଜା ପାଳିତ ହୋଇ ଆସୁଥିବା ବେଳେ ଗତ ୭ ବର୍ଷ ତଳେ ୧୫ କେଜି ଓଜନର ଲଡୁ ଭୋଗ ଲାଗିବା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହି ଲଡ଼ୁର ଓଜନକୁ ୧୨୨ କେଜିର କରାଯାଇଛି। ପରମ୍ପରା ଅନୁଯାୟୀ ମୂର୍ତ୍ତି ବିସର୍ଜନ ଦିନ ଲଡୁ ଟିକୁ ନିଲାମ କରାଯାଇ ଥିଲା। ନିଲାମର ମିଳିଥିବା  ଅର୍ଥରାଶି ଆସନ୍ତା ବର୍ଷ ପୂଜାରେ ବିନିଯୋଗ କରାଯାଇ ଥାଏ ବୋଲି ଯୁବକ ସଂଘ ସଭାପତି ଆଶିଷ ରାଉଳ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories