www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ମହାବିଦ୍ୟାଳୟ ଓଡିଆ ଭାଷା ବିଭାଗ ପାଠଚକ୍ର

କେନ୍ଦୁଝରଗଡ଼ : ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ପ୍ରଭାକର ନାୟକ ଏହି ପାଠଚକ୍ରକୁ ଉଦ୍‌‌ଘାଟନ କରିଥିଲେ। ପାଠଚକ୍ରର ପ୍ରଥମ ଅଧିବେଶନରେ ‘ଉତ୍ତର ଓଡିଶାର ଆଦିବାସୀ ସଂସ୍କୃତି’ ଶୀର୍ଷକ କାର୍ଯ୍ୟକ୍ରମରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ବାରିପଦାର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଫେସର ପଦ୍ମଶ୍ରୀ ଡ.ଦମୟନ୍ତୀ ବେଶ୍ରା ଆଲୋଚକ ଭାବେ ଯୋଗଦେଇ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ପାଠଚକ୍ରର ଦ୍ୱିତୀୟ ଅଧିବେଶନରେ ‘ଓଡିଆ ପ୍ରବନ୍ଧ ସାହିତ୍ୟ’ ଶୀର୍ଷକ କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ସହକାରୀ ପ୍ରଫେସର ଡ.ପରୀକ୍ଷିତ ଭୋଇ ବିଷୟବକ୍ତା ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ବିଭାଗୀୟ ଛାତ୍ରୀମାନେ ନିବନ୍ଧ ପାଠ କରିଥିବା ବେଳେ ପ୍ରଥମ ଅଧିବେଶନରେ ଡ.ସୂର୍ଯ୍ୟକାନ୍ତ ନାଏକ ଓ ଦ୍ୱିତୀୟ ଅଧିବେଶନରେ ସହକାରୀ ପ୍ରଫେସର ଡ.ଋଷିନାଥ ନାଏକ ସଂକ୍ଷିପ୍ତ ବିଷୟ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ.ଧର୍ମବୀର ମୋହନ ସିଂ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଡ.ସୂର୍ଯ୍ୟକାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରୀ ଓ ଅଧ୍ୟାପକ ଅଧ୍ରାପିକା ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories