ଆତ୍ମବିଶ୍ୱାସକୁ ନେଇ ଗାନ୍ଧିଜୀଙ୍କର ବାଣୀ
ବେଳେବେଳେ ମଣିଷ ଦ୍ୱନ୍ଦରେ ଥାଏ। ନିଜକୁ ଅସହାୟ ମନେ କରେ। କଅଣ କରିବ ଜାଣି ପାରେ ନାହିଁ। ସେହି ସମୟରେ କୌଣସି ସଠିକ୍ ରାସ୍ତା ମଧ୍ୟ ଜାଣିପାରେ ନାହିଁ। ସାରା ଦୁନିଆର ଅସୁବିଧା ତା ଉପରେ ଅଜାଡ଼ି ହେବା ଭଳି ଅନୁଭବ ହୋଇଥାଏ। ଏପରି ଅବସ୍ଥା ଯାହାର ଆସିଲେ , ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ବାଣୀ ଏହି ସମସ୍ୟାକୁ ସହଜରେ ଦୂର କରିପାରିବ। ବାପୁଜୀଙ୍କ ମତରେ ଯେଉଁ ସମୟରେ ଏଭଳି ସମସ୍ୟା ଆସିବ, ସେହି ସମୟରେ ତୁମେ ସର୍ବଦା ନିଜ ଠାରୁ ଅସହାୟ ଏବଂ ଅସୁବିଧାରେ ଥିବା ଲୋକମାନଙ୍କ କଥା ଓ ତାଙ୍କ ମୁହଁ ମନେ ପକାଇବ। ଏହା ଦ୍ୱାରା ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମସ୍ୟାକୁ ସାମ୍ନା କରିବାକୁ ଶକ୍ତି ମଧ୍ୟ ମିଳିଯିବ। ବାପୁଙ୍କ ଏହି ପଦେ ସରଳ କଥାରେ ବୃହତ୍ତର ସମସ୍ୟା ମଧ୍ୟ ଦୂରେଇ ଯିବ।