ଖେଳରେ ଜୁଆକୁ ଆଇନସିଦ୍ଧ କରାଯାଇନାହିଁ: ବିଧି ଆୟୋଗ

0

ନୂଆଦିଲ୍ଲୀ: ଖେଳରେ ଜୁଆ ଆଇନତଃ ସିିଦ୍ଧ କି ନୁହେଁ ସେ ପ୍ରସଙ୍ଗରେ ବିଧି ଆୟୋଗ ଦ୍ୱାରା ଗଠିତ କମିଟିର ମତକୁ ଭୁଲ୍‍ ତର୍ଜମା କରାଯାଇଛି। ଖେଳରେ ଜୁଆକୁ ଆଇନଗତ ଅନୁମତି ଦିଆଯାଇନାହିଁ। ବିଧି ଆୟୋଗ ଅଧ୍ୟକ୍ଷ ଜଷ୍ଟିସ୍‍ ବି ଏସ୍‍ ଚୌହ୍ୱାନ ଏହା ସ୍ପଷ୍ଟ କରିଛନ୍ତି।
ଖେଳରେ ଜୁଆ ବା ବେଟିଂ ଆଇନ ଆଖିରେ ଅସିଦ୍ଧ ନୁହେଁ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାର ପ୍ରତିକ୍ରିୟାରେ ଶ୍ରୀ ଚୌହ୍ୱାନ କହିଛନ୍ତି ଯେ କମିଟିର ରିପୋର୍ଟକୁ ଗଣମାଧ୍ୟମରେ ଭୁଲ୍‍ ତର୍ଜମା କରାଯାଇଛି ଏବଂ ଭ୍ରମାତ୍ମକ ଭାବେ ଉପସ୍ଥାପନା କରାଯାଇଛି। ଭାରତର ସାମ୍ପ୍ରତିକ ସ୍ଥିତିରେ ଖେଳରେ ସଟ୍ଟାବାଜି କିମ୍ବା ବେଟିଂକୁ ଆଇନତଃ ସିଦ୍ଧ କରିବାର କୌଣସି ଯୌକ୍ତିକତା ନାହିଁ ଏବଂ ଅବୈଧ ସଟ୍ଟାବାଜିକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ଉଚିତ ବୋଲି ଆୟୋଗର କମିଟି ସୁପାରିସ କରିଥିଲେ। ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଖେଳରେ ଜୁଆ ଆଇନସିଦ୍ଧ ହେବା ଆବଶ୍ୟକ ବୋଲି ଅନୁଭବ କରନ୍ତି କିମ୍ବା ଜୁଆକୁ ସମ୍ପୂର୍ଣ୍ଣ ନିଷେଧ କରିହେବ ନାହିଁ ହୃଦ୍‍ବୋଧ ହୁଏ ତେବେ ସେଥିପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ କମିଟି କେତେକ ପରାମର୍ଶ ଦେଇଥିଲେ। କିନ୍ତୁ ସଟ୍ଟାବାଜି ଆଇନ ସିଦ୍ଧ ବୋଲି ଆୟୋଗ କହିନାହାନ୍ତି। ଏବେ ବି ସଟ୍ଟାବାଜି ଆଇନତଃ ଅସିଦ୍ଧ ରହିଛି ବୋଲି ଜଷ୍ଟିସ ଚୌହ୍ୱାନ କହିଛନ୍ତି।

kalyan agarbati
Leave A Reply