ଗିରିସୋଲା ଜୁଆଆଡ୍ଡାରେ ଚଢଉ; ୬ ଜୁଆଡି ଗିରଫ, ୪୩ ହଜାର ଟଙ୍କା ଜବତ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଏକ ନାଟକୀୟ ଢଙ୍ଗରେ ଦୀର୍ଘ ଦିନ ଧରି ଚାଲୁ ରହିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିବା ସହ ଜୁଆଡିଙ୍କୁ ଗିରଫ କରାଯାଇଛି । ଶନିବାର ମଧ୍ୟରାତ୍ରରେ ନିଜେ ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଓ ଏକ ଟିମ ଗିରିସୋଲା ଗାଁରେ ଏକ ଘର ମଧ୍ୟରେ ଚାଲୁ ରହିଥିବା ଜୁଆ ଆଡ୍ଡା ଉପରେ ଚଢଉ କରି ୬ ଜୁଆଡିଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ସେମାନଙ୍କ ନିକଟରୁ ୪୩ ହଜାର ୩୨୦ଟଙ୍କା  ଏବଂ ଖେଳ ସରଞ୍ଜାମ ଜବତ  କରାଯାଇଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗିରଫ ଜୁଆଡ଼ି ମାନେ ହେଲେ ସୁନାପୁର ଗାଁର ଭବାନୀ ଶଙ୍କର ପାଢ଼ୀ, ରଣ୍ଢାର  ଜଗନ୍ନାଥ ପାଢ଼ୀ, କନିଷି ହାଟ ଅଞ୍ଚଳର କାଳିଆ ସାମନ୍ତରା, ଗିରିସୋଲାର ଟି. ଉମାପତି, ପ୍ରଶାନ୍ତ ମୂଳି ଏବଂ ବି. ଚିରଞ୍ଜୀବ ବୋଲି ପୋଲିସ ସୂଚନା ଦେଇଛି। ଚଢଉ ବେଳେ ଅନ୍ୟ ଜୁଆଡ଼ି ମାନେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ପୁଲିସ ସୂଚନା ଦେଇଛି । ଚଢଉ ରେ ଆଇଆଇସି ଶ୍ରୀ ମହନ୍ତଙ୍କ ସମେତ ଏସଆଇ ଜ୍ଞାନ ରଞ୍ଜନ ସାହୁ, ଏସଆଇ ଅଭିଷେକ ପାଣ୍ଡଵ, ଏସଆଇ ପବିତ୍ର ମୋହନ ଦଳେଇ ହାବିଲଦାରଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।

Comments are closed.