ଗଜପତି : ପୁଣି ଶବକୁ ଅଣଦେଖା, ଚିକିତ୍ସାଧିନ ଅବସ୍ଥାରେ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ପରେ ମିଳିଲାନି ମହାପ୍ରୟାଣ। ମୃତଦେହକୁ ପ୍ରାୟ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର କାର୍ତ୍ତିକ ଶବରଙ୍କର ରାୟଗଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ଲୋକ ମୃତଦେହକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡି ଖୋଜିଥିଲେ ମଧ୍ୟ ମିଳିନଥିଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକ କୌଣସି ଭଡା ଗାଡିର ବ୍ୟବସ୍ଥା କରିନପାରି ଶେଷରେ ବାଧ୍ୟ ହୋଇ ମୃତ ଦେହକୁ ଏକ ଖଟିଆରେ ବୋହି ନେଇଥିଲେ।
Popular Categories



