www.samajalive.in
Saturday, December 6, 2025
15.1 C
Bhubaneswar

ଅଡବା ଥାନାରେ ନୂତନ ଥାନା ଅଧିକାରୀ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନାରେ ନୂତନ ଥାନା ଅଧିକାରୀ ଅଜୟ କୁମାର ବାରିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନାରେ ଅବସ୍ଥାପିତ ଥିଲେ। ବାରିକ ଜଣେ ଦକ୍ଷ୍ୟ ପୁଲିସ ଅଧିକାରୀ ରୂପେ ଜଣାଶୁଣା ଥିଲେ। ଏଠାକାର ତତକାଳୀଣ ଭାରପ୍ରାପ୍ତ ଥାନା ଅଧିକାରୀ ମୁକେଶ ଲାକ୍ରାଙ୍କୁ ସବଇନିସପେକ୍ଟର ଭାବେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାକୁ ବଦଳି ହୋଇଥିବା ଜଣାପଡିଛି। ଅଡବା ଅଂଚଳରେ ଅପରାଧ ନିୟନ୍ତ୍ରଣ, ଗଞ୍ଜେଇ ଚୋରା ଚାଲାଣ ରୋକିବା, ଆଗାମୀ ନିର୍ବାଚନକୁ ଶାନ୍ତି ପୂର୍ଣ୍ଣଭାବେ ସମାପନ କରିବା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ବୋଲି ଶ୍ରୀ ବାରିକ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories