www.samajalive.in
Monday, December 15, 2025
14.1 C
Bhubaneswar

ଆକାଂକ୍ଷା ଜିଲା କାର୍ଯ୍ୟକ୍ରମ, ଦେଶରେ ପ୍ରଥମ ଗଜପତି

ପାରଳାଖେମୁଣ୍ଡି: ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମରେ ସର୍ବଭାରତୀୟସ୍ତରରେ ଗଜପତି ଜିଲା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ୨୦୧୮ରୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆକାଂକ୍ଷା ଜିଲା କାର୍ଯ୍ୟକ୍ରମରେ ଦେଶର ୧୧୨ ଗୋଟି ଜିଲା ମଧ୍ୟରୁ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା ଓ କୃଷି, ଜଳସମ୍ପଦ, ମୌଳିକ ଭିତ୍ତିଭୂମି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରକୁ ନେଇ ହୋଇଥିବା ସକରାତ୍ମକ ପ୍ରତିଯୋଗିତାରେ ଗଜପତି ଜିଲା ପ୍ରଥମ ସ୍ଥାନ ଅଧିକାର କରିଛି। କୃଷି ଓ ଜଳସମ୍ପଦ କ୍ଷେତ୍ରରେ ପ୍ରଥମ ଏବଂ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଗଜପତି ଦ୍ୱିତୀୟ ଏବଂ ସାମଗ୍ରିକ ବିଭାଗରେ ଗଜପତି ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ଏହି ଜିଲାକୁ ୫ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି।

କୃଷି ଓ ଜଳସମ୍ପଦ କ୍ଷେତ୍ରରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଏହି ଜିଲାକୁ ଅତିରିକ୍ତ ୬ କୋଟି ଟଙ୍କା ପୁରସ୍କାର ମିଳିବାର ବ୍ୟବସ୍ଥା ରହିଛି। ୨୦୧୮ ଡିସେମ୍ବରରେ ହୋଇଥିବା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଗଜପତି ଜିଲା ପ୍ରଥମ ସ୍ଥାନ ଅଧିକାର କରିଥିଲା। ୨୦୧୯ରେ କୃଷି ଓ ଜଳସମ୍ପଦ କ୍ଷେତ୍ରରେ ତୃତୀୟ ସ୍ଥାନ ଏବଂ ୨୦୨୦ରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ ପ୍ରତ୍ୟେକ କ୍ଷେତ୍ର ନିମନ୍ତେ ଜିଲାକୁ ଅତିରିକ୍ତ ଅନୁଦାନ ଭାବେ ଆଉ ତିନିକୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ପୁରସ୍କୃତ ତିନିକୋଟି ଟଙ୍କାକୁ ନିତି ଆୟୋଗକୁ ପ୍ରଦାନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ ଉପଲବ୍ଧ ନଥିବା ୪୬ଗୋଟି ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବ୍ୟାଙ୍କିଙ୍ଗ ସହାୟକ କେନ୍ଦ୍ର ଉପଲବ୍ଧ କରିବା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ଗୁମ୍ମା ବ୍ଲକର ଅଜୟଗଡ଼ ଏବଂ ମୋହନା ବ୍ଲକର ପାଣିଗଣ୍ଡାଠାରେ ବ୍ୟାଙ୍କିଙ୍ଗ ସହାୟକ କେନ୍ଦ୍ର ଉପଲବ୍ଧ ହୋଇଛି। ଏହି ସଫଳତା ନିମନ୍ତେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories