www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରସିଦ୍ଧ ଗଦଗଦା ଯାତ୍ରାରେ ୨ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ

ଗୁଣପୁର : ଆଜି ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଇ। ଆଜି ଶ୍ରୀଜୀଉଙ୍କ ଗଜ ଉଧାରଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ବହୁ ଜନ ସମାଗମ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା ରହିଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଛି ସମସ୍ତ ପ୍ରକାର କଟକଣା। ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇ ଲୋକଙ୍କୁ କୋଭିଡ କଟକଣା ସମ୍ପର୍କିତ ବିଷୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଏହି ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଗୋଟିଏ ଦିନରେ ଏଠାରେ ପଥରଖୋଲ ମଧ୍ୟରେ ପ୍ରଭୁ ନୀଳକଣ୍ଠେଶ୍ବର ପୂଜା ପାଇଥାନ୍ତି। ପବିତ୍ର ମାଘପୂର୍ଣ୍ଣିମା ଅବସରରେ ନୀଳକଣ୍ଠେଶ୍ବରଙ୍କ ଏହି ଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଗବାନ ଶିବଙ୍କ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ବଣପାହଡ଼ ପଥର ଖୋଲ ମଧ୍ୟରେ ପ୍ରବାହିତ ଝରଣା ପାଣିରେ ନୀଳକଣ୍ଠେଶ୍ବର ଆସ୍ଥାନ ହୋଇଥିବା ବେଳେ ଏହି ଯାତ୍ରା ଲାଗି ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥାଏ। ସେହିପରି ପ୍ରବଳ ସଂଖ୍ୟାରେ ଉଠାଦୋକାନୀ ବ୍ୟବସାୟୀ ଆସୁଥିବାରୁ ଜାନୀଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଅବସରରେ ଆଖପାଖ ଅଞ୍ଚଳର ସମେତ ପଡୋଶୀ ଆନ୍ଦ୍ରର ଲୋକମାନେ ମଧ୍ୟ ଏଠାକୁ ଆସି ସାମିଲ ହୋଇଥାନ୍ତି। ନୀଳକଣ୍ଠେଶ୍ବର ପ୍ରତ୍ୟକ୍ଷ ଦେବତା ବୋଲି ଲୋକଙ୍କ ମନରେ ଆସ୍ଥା ରହିଥିବା ବେଳେ ତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ସମସ୍ତ ପ୍ରକାର ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ବାସ ରହିଥିବା ଜଣାଯାଏ। ଏହି ଯାତ୍ରା ପ୍ରାୟ ଦୀର୍ଘ ୧ଶହ ବର୍ଷ ତଳୁ ହୋଇ ଆସୁଛି ବୋଲି ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କଠାରୁ ଶୁଣିବାକୁ ମିଳିଥାଏ। ସେହିପରି ପୂଜାର ଗୋଟିଏ ଦିନ ରାତ୍ରରୁ ଗୁଣୁପୁର ବିକ୍ରମପୁର ସ୍ଥିତ ମଲ୍ଲିକେଶ୍ବର ମନ୍ଦିରରୁ ନାଗଦେବତାଙ୍କୁ ଅଣାଯାଇ ନୀଳକଣ୍ଠେଶ୍ବରଙ୍କ ନିକଟରେ ସ୍ଥାପନ କରାଯାଇଥାଏ। ମାନସିକ ପୂରଣ ପରେ ଏଠାରେ ମୁଣ୍ଡନ କରାଇବା ବିଧି ରହିଛି। ସେହିପରି ପ୍ରଭୁ ରାମଚନ୍ଦ୍ର ପାଦଚିହ୍ନ ଏଠାରେ ପ୍ରତ୍ୟକ୍ଷ ବିଦ୍ୟମାନ। ଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥାନରେ ଥିବା ଝରଣା ଜୋରରେପାଣି ମାଟିକୁ ସ୍ପର୍ଶ କରୁଥିବାବେଳେ ଗଦଗଦ୍ ଶଦ୍ଧ ହେଉଥିବାରୁ ଏହାକୁ ଗଦଗଦା ଯାତ୍ରା କୁହାଯାଏ। ସେହିପରି ନୀଳକଣ୍ଠେଶ୍ବର ଙ୍କ ଦର୍ଶନ କଲେ ସନ୍ତାନପ୍ରାପ୍ତୀ ସହ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ବାସ ରହ। ଝରଣାପାଣି ଉପରୁ ପଡି ଉତ୍ତର ଦିଗରେ ପ୍ରବାହିତ ହେଉଥିବାରୁ ଏହାକୁ ଉତ୍ତରଗଙ୍ଗା ବୋଲି ମଧ୍ୟ କୁହାଯାଏ।ଝରଣାକୂଳରେ ବଡ଼ବଡ଼ ପଥର ଅବସ୍ଥିତି ଏହି ସ୍ଥାନରେ ପର୍ୟ୍ୟଟକଙ୍କ ମନରେ ସୋନ୍ଦର୍ୟ୍ୟ ବହୁଗୁଣିତ କରିଥାଏ। ଯାତ୍ରାକୁ କମିଟି ସଭାପତି ନବୀନ ପିପ୍ପଲି, ଯୋଗେନ୍ଦ୍ର ନିମାଲପୁରୀ, ଉପେନ୍ଦ୍ର ନିମାଲପୁରୀ, ଆରକା ମୋହନ, ସମ୍ବରା ଶବର ,ରାମନାଗୁଡା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନ ସହ ପରିଚାଳନା କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories