ଜାଣନ୍ତୁ କାହିଁକି ଏହି ଆଦିବାସୀ ବହୁଳ ସ୍ଥାନର ନାମ ଗଦଗଦା -ତାମିଙ୍ଗି ଠାରେ ଗଦା ଯାତ୍ରା ଅନୁଷ୍ଠିତ

ରାମନାଗୁଡା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାୟଗଡା ଜିଲା । ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ରାୟଗଡାରେ ଥିବା ଗଦଗଦାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଝରଣା ଏବଂ ଜଳପ୍ରପାତ ଏହାର ଶୋଭାକୁ ବହୁଗୁଣିତ କରୁଛି । ଜଳ ପ୍ରପାତରୁ ଗଦଗଦ୍‌ ହୋଇ ପାଣି ଝରୁଥିବାରୁ ଏହାର ନାମ ଗଦଗଦା ।

ସ୍ଥାନୀୟ ଲୋକ ଏହାକୁ ଉତ୍ତର ଗଙ୍ଗା ବଲି କହିଥାନ୍ତି, କାରଣ ଏଠାକାର ଜଳଧରା ଉତ୍ତର ଦିଗକୁ ପ୍ରବାହିତ ହେଉଛି । ଏଠାରେ ଥିବା ଗୁମ୍ଫାରେ ପୂଜାପାଉଛନ୍ତି ନୀଳକଣ୍ଠ ମହାଦେବ। ପ୍ରତ୍ୟେକ ବର୍ଷ ମାଘ ମାସ ପୂର୍ଣ୍ଣିମା ତିଥିରେ ଏଠାରେ ବଡ଼ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଭୁ ନୀଳକଣ୍ଠେଶ୍ୱର ଙ୍କ ବିକ୍ରପୁର ର ମାଳି ପରିବାର ବହୁପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି । ଦୂର ଦୁରାନ୍ତରୁ ଏଠାକୁ ଭକ୍ତ ଆସିଥାନ୍ତି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବହୁ ଭକ୍ତ ଏହି ସ୍ଥାନ କୁ ଆସି ଏଠି ମୁଣ୍ଡନ ହଇଥାଆନ୍ତି।

ବିଶ୍ୱାସ ରହିଛି ଏଠାରେ ଦେବ ଦେବ ମହାଦେବ ଙ୍କୁ ମାନସିକ କରିଲେ ନିସନ୍ତାନ ଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ତେଣୁକରି ଏଠାରେ ମାନସିକ କରିଥାନ୍ତି। ମାନସିକ ପୂର୍ଣ୍ଣ ହୋଇଥାଏ। ହେଲେ ବିଡମ୍ବନାର ବିଷୟ ଭିତ୍ତିଭୂମି ଅଭାବରୁ ଏହି ସ୍ଥାନ ଲୋକଲଚନକୁ ଆସିପାରୁନାହିଁ । ଆଦିବାସୀ ଇଲାକାରେ ଲୁକାୟତ ଭାବେ ରହିଛି, କିଛି ପ୍ରକୃତି ପ୍ରେମୀ ଏଠାକୁ ବୁଲିବା ପାଇଁ ଆସି ଥାଆନ୍ତି ।

ଏହା ମୁଖ୍ୟ ରାସ୍ତାଠାରୁ ୪ କିମି ଦୂରରେ ଥିଲେ ମଧ୍ୟ ଲୋକେ ଜାଣିପାରନ୍ତି ନାହିଁ । ଏବେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଏଠାରେ କେତକ ଆନୁସାଙ୍ଗିକ ସୁବିଧା କରାଗଲେ ଅଧିକ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Comments are closed.