www.samajalive.in
Sunday, December 7, 2025
23.1 C
Bhubaneswar

ବିଭିନ୍ନ ଦାବୀନେଇ ଓଡିଶା ଡ୍ରାଇଭର ମହାସଙ୍ଘର ବୈଠକ

ଗଡମଧୁପୁର :  ଧର୍ମଶାଳା ବ୍ଲକ ଅଣ୍ଟିଆ ମଙ୍ଗଳା ଠାକୁରାଣି ପୀଠରେ ଓଡିଶା ଡ୍ରାଇଭର ମହାସଙ୍ଘର ଏକ ସାଧାରଣ ବୈଠକ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ କୈଳାଶ ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଲେ। ଉକ୍ତ ସଭାରେ ସମସ୍ତ ଗାଡି ଚାଳକ ଭାଇ ମାନଙ୍କୁ ଏକତ୍ରିତ କରି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କର।ଯାଇଥିଲା। ବିଶେଷ ଭାବରେ କରୋନା କାଳରେ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା କରିଥିବା ସେମାନେ ଅଭିଯୋଗ କରିଥିଲେ। ଉପ ସଭାପତି ଅନିଲ କୁମାର ନାୟକ ଅଭିଯୋଗ ଆଣି କହିଥିଲେ ଯେ ସମସ୍ତ ଜନସାଧାରଣଙ୍କ ପାଇଁ ଜୀବନକୁ ପାଣି ଛଡାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖାଦ୍ୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡି ଚାଳକ ପାଇଁ କରୋନା ଯୋଦ୍ଧାର ଘୋଷଣା ନାହିଁ। ଟିକା ପରିବହନ କରୁଥିବା ଚାଳକ ମାନଙ୍କ ପାଇଁ ପ୍ର।ଥମିକତା ଭିତିରେ ଟିକାର ବ୍ୟବସ୍ଥା ନାହିଁ। ରାତି ଅନିଦ୍ରା ହୋଇ ଗାଡି ଚଳାଉଥିବା ସମୟରେ ଦୁର୍ଘଟଣା ହେଲେ ଚାଳକ ମଦ ପିଇଥିବାର ଅଭିଯୋଗ କରାଯାଉଥିବା ବେଳେ ଅନିଦ୍ରା କାରଣରୁ, ବିଶ୍ରାମ ଅଭାବରୁ ଗାଡି ଧକ୍କା ହୋଇଥିବାର କେବେ କୁହା ଯାଉନାହିଁ। ଏପରିସ୍ଥଳେ ଆମେ ଦାବି କରୁଛୁ ସମସ୍ତ ଗାଡି ଚାଳକ ଭାଇ ମାନଙ୍କୁ ଟିକାକରଣ କରାଯାଉ, ୬୦ ବର୍ଷରୁ ଅଧିକ ଚାଳକ ଭାଇମାନଙ୍କ ପାଇଁ ଅବସର ପରେ ପେନସନ ଦିଆଯାଉ, ପ୍ରତି ଶହେ କିଲୋମିଟରରେ ରାସ୍ତା ପାଶ୍ୱର୍ରେ ଚାଳକ ବିଶ୍ରାମଗାର ନିର୍ମାଣ କରାଯାଉ। ଇସମାଇଲ ଖାନଙ୍କ ସମେତ ଶତାଧିକ ଚାଳକ ମାନେ ଉକ୍ତ ସଭାରେ ଯୋଗଦେଇ ଆଗାମୀ ଦିନରେ ସରକାରଙ୍କୁ ବିଭିନ୍ନ ଦଫା ନେଇ ଘେରିବେ ବୋଲି ଚେତାବନୀ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ବସନ୍ତ କୁମାର ନାୟକଙ୍କ ସମେତ ସାମ୍ବାଦିକ ଶୁସାନ୍ତ କୁମାର ଗୋଚ୍ଛାୟତ, ସିବୁଲି ଧିର, ବାବୁ ସାହୁଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories