ଗଡମଧୁପୁର : ଧର୍ମଶାଳା ଥାନା ଅନ୍ତର୍ଗତ ମହିଶରା ପଂଚାୟତ ପାରିକ୍ଷେତ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଗାଁର ନେତ୍ରାନନ୍ଦ ବେହେରା(ବାଜିଆ) ବୟ ସ ୬୫। ବିଲ ବାଛିବାକୁ ଯାଇ ଘରକୁ ଫେରୁଥିବା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅନେକ ସମୟ ଧରି ନଫେରିବାରୁ ନିକଟରେ ଥିବା ଲୋକେ ସନ୍ଦେହରେ ପୋଖରୀ ଭିତରକୁ ଯାଇ ସେଠାରେ ମଧ୍ୟ ତାକୁ ଦେଖିବାକୁ ପାଇ ନଥିଲେ। ଏହାପରେ ପୋଖରୀରେ ଖୋଜା ଖୋଜି ମଧ୍ୟ କରିଥିଲେ। ନପାଇବାରୁ ଚଢେଇଧରା ସ୍ଥିତ ଦମକଳ କେନ୍ଦ୍ରକୁ ଜଣାଇବା ସହିତ ଜେନାପୁର ଥାନାକୁ ଜଣାଇଥିଲେ। ଦମକଳ ବାହିନୀ ବହୁ ଖୋଜା ଖୋଜି କଲାପରେ ମୃତଦେହକୁ ପୋଖରୀ ଭିତରୁ ଉଦ୍ଧାର କରିଥିଲା। ଏନେଇ ଜେନାପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି।
Popular Categories



