www.samajalive.in
Sunday, December 7, 2025
26.1 C
Bhubaneswar

ପ୍ଲାଣ୍ଟେସନ କ୍ଲବ ପକ୍ଷରୁ ବୃକ୍ଷବନ୍ଧୁ ସମ୍ମାନ ପ୍ରଦାନ ଉତ୍ସବ

ପିପିଲି : ପୁରୀ ଜିଲା ପ୍ଲାଣ୍ଟେସନ କ୍ଳବ ପକ୍ଷରୁ ପିପିଲି ପୌରାଞ୍ଚଳର ସିରିଆପୁର ଗ୍ରାମ ଠାରେ ରବିବାର ବୃକ୍ଷରୋପଣ ସହ ବୃକ୍ଷବନ୍ଧୁ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ଲାଣ୍ଟେସନ କ୍ଳବର ମୁଖ୍ୟ ସଂଯୋଜକ ଜନ୍ମେଜୟ ଜେନାଙ୍କ ଅଧ୍ୟକ୍ଷତାରେ ମା’ କାଳୀକା ଦେବୀଙ୍କ ପୀଠ ପରିସରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂଜ୍ୟପୂଜା ସଂସଦର ସଭାପତି କୃଷ୍ଣ ଜଗଦ୍ଦେବ, ମୁଖ୍ୟବକ୍ତା ଭାବେ ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସମାଜସେବୀ ଡାକ୍ତର ତପନ ଦାଶ, ବରିଷ୍ଠ ଶିକ୍ଷାବିତ୍ ରସାନନ୍ଦ ପ୍ରଧାନ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ଶ୍ରୀରଞ୍ଜନ ମଙ୍ଗରାଜ, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ସଦସ୍ୟ ଦିଲିପ ସ୍ୱାଇଁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ମାନବ ସମାଜର ମଙ୍ଗଳ ପାଇଁ ପ୍ଲାଣ୍ଟେସନ କ୍ଳବ ପକ୍ଷରୁ ଅଦ୍ୟାବଧି ୩୦ଟି ଗ୍ରାମର ୨୩୧ ସ୍ଥାନରେ ବର, ଅଶ୍ୱସ୍ତ, ଲିମ୍ବ, ନଡିଆ, ଆମ୍ବ ଆଦି ବୃକ୍ଷରୋପଣ କରାଯାଇଥିବା ଓ ପ୍ରତ୍ୟେକ ବୃକ୍ଷର ଯତ୍ନନେବାକୁ ଜଣେ ଜଣେ ବୃକ୍ଷବନ୍ଧୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସଂପର୍କରେ କ୍ଲବର ମୁଖ୍ୟ ସଂଯୋଜକ ଜନ୍ମେଜୟ ଜେନା ସୂଚନା ଦେଇଥିବା ବେଳେ ଏହାକୁ ଅତିଥିମାନେ ଭୂୟସି ପ୍ରଶଂସା କରିଥିଲେ। ଏହି ଅବସରରେ ଅଞ୍ଚଳର ପରିବେଶବିତ୍‍ ତଥା ବରିଷ୍ଠ ଶିକ୍ଷାବିତ୍‍ ରସାନନ୍ଦ ପ୍ରଧାନଙ୍କୁ ଉତ୍ତରୀୟ ଓ ଭାରତମାତାଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୮୦ଜଣ ବୃକ୍ଷବନ୍ଧୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଗୋଟିଏ ଗୋଟିଏ ଚାରା ପ୍ରଦାନ କରାଯାଇଥିଲା। ପ୍ଲାଣ୍ଟେସନ କ୍ଲବର ସଦସ୍ୟ ଦେବାଶିଷ ଦିକ୍ଷିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁରେଶ ମହାରଣା ବିବରଣୀ ପାଠ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ସଦାଶିବ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ଲବର ବାଉରୀବନ୍ଧୁ ସେଠୀ, ଭାଗିରଥୀ ନାୟକ, ଭବାନୀ ଶଙ୍କର ସାହୁ, ଚଣ୍ଡେଶ୍ୱର ଦାସ, ମୁରାରୀ ଅଗ୍ରୱାଲ, ନାରାୟଣ ସେନାପତୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories