www.samajalive.in
Monday, December 15, 2025
14.1 C
Bhubaneswar

ଆଜିଠୁ ରାମନବମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ : ଚଳଚଞ୍ଚଳ ଶ୍ରୀରଘୁନାଥଜୀଉ ପୀଠ

ତିଗିରିଆ : ତିଗିରିଆ ବ୍ଳକର ପ୍ରସିଦ୍ଧ ଗଦାଧରପୁର ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ପୀଠରେ ଚଳିତ ଥର  ୫୦ ବର୍ଷ ପୂର୍ତ୍ତି ରାମନବମୀ ବ୍ରତର ସବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଛି । ଏଥିପାଇଁ ଗତ ସୋମବାର ଶୁଭ ଖୁଣ୍ଟ ପ୍ରତିଷ୍ଠା ପରଠାରୁ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ପୀଠରେ ସାଜସଜ୍ଜା, ନାଟ ମଣ୍ଡପ ଓ ଆନନ୍ଦ ବଜାର ନିର୍ମାଣ ସହିତ ରୋଷଶାଳ ବ୍ୟବସ୍ଥିତ କରିବାରେ ବ୍ରତୀମାନେ ଲାଗି ପଡିଛନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ୩ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ବ୍ରତୀ ନବଦିନ ବ୍ୟାପୀ ପୀଠରେ ନିଷ୍ଠାର ସହିତ ବ୍ରତ ପାଳନ କରିବେ ବୋଲି ଆୟୋଜକ ନବମୀ ପରିଷଦ ପକ୍ଷରୁ ଜଣାପଡ଼ିଛି।
ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରତ୍ୟହ ରାତିରେ ବିଭିନ୍ନ ଅଞ୍ଚଳର ରାମଲୀଳା କଳାକାର ଗୋଷ୍ଠୀଙ୍କୁ ନେଇ ଗୀତିନାଟ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାଛଡ଼ା ଖ୍ୟାତନାମା ପ୍ରବକ୍ତାଙ୍କ ଦ୍ଵାରା ରାମକଥା ପ୍ରବଚନ ଅନୁଷ୍ଠିତ ହେବ। ଗୁରୁବାର ସକାଳୁ ପୀଠରେ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ସ୍ବତନ୍ତ୍ର ସେବା ପୂଜା ଅନୁଷ୍ଠିତ ହେବା ପରେ ଗ୍ରାମରେ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଅନ୍ୟାନ୍ୟ ଦେବଦେବୀଙ୍କ ପୀଠରେ ନୂତନ ବାନା ପ୍ରତିଷ୍ଠା କରାଯିବ। ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ନିକଟସ୍ଥ ଖଳି ନଦୀରୁ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହାପରେ ପୀଠରେ କଳସ ସ୍ଥାପନ ପରେ ଅଖଣ୍ଡ ଯଜ୍ଞାରମ୍ଭ କରାଯିବ ବୋଲି ସେବକ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଆଚାର୍ଯ୍ୟ ସନ୍ତୋଷ କୁମାର ଶତପଥୀଙ୍କ ଠାରୁ ସୂଚନା ମିଳିଛି।  ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସାଂସ୍କୃତିକ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏହି ପୀଠରେ ପ୍ରତ୍ୟେହ ସନ୍ଧ୍ୟାରେ ବିଜେ ଚତୁର୍ଦ୍ଧା ବିଗ୍ରହ ପ୍ରଭୁ ଶ୍ରୀରାମ, ମାତା ଜାନକୀ, ଅନୁଜ ଲକ୍ଷଣ ଏବଂ ହନୁମାନଙ୍କର ସ୍ବତନ୍ତ୍ର ନବଧା ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories