ସୁରୁଣ୍ଡି ଗ୍ରାମ୍ୟ ଜଙ୍ଗଲରେ ଦନ୍ତା ହାତୀ, ଲୋକେ ଭୟଭୀତ

ହରଭଙ୍ଗା : ହରଭଙ୍ଗା ଫରେଷ୍ଟ ବିଟ୍ ଅଧିନସ୍ଥ ସୁରୁଣ୍ଡି ଗ୍ରାମ୍ୟ ଜଙ୍ଗଲରେ ବୁଧବାର ସକାଳେ ଏକ ଦନ୍ତାହାତୀ ଚଳପ୍ରଚଳକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସୂଚନା ଅନୁସାରେ ଆଜି ସକାଳୁ ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ ପଟୁ ଏକ ଦନ୍ତା ହାତୀ ମହାନଦୀ ପାର ହୋଇ ବାଲିରେ ଚାଲି ଚାଲି ଆସୁଥିବା ଛେଳି, ଗାଈ ଚରାଳି ସବୁ ଦେଖିବାକୁ ପାଇଥିଲେ । ସେମାନେ​‌ ହାତୀର ଭିଡିଓ ଉତ୍ତୋଳନ କରିବା ସହିତ ହାତୀ ଖବରକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବର୍ତ୍ତମାନ ହାତୀଟି ସୁରଣ୍ଡିସ୍ଥିତ ମହାନଦୀ କୂଳରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜଣାପଡିଛି। ହାତୀ ଚଳପ୍ରଚଳକୁ ନେଇ ସେହି ଅଂଚଳର ଲୋକେ ଭୟରେ କାମଧନ୍ଦା ଛାଡି ଘରକୁ ପଳାଇ ଆସିଥିବା ଜଣାପଡିଛି। ଏ ସର୍ମ୍ପକରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ଏ ବାବଦରେ ବନବିଭାଗ ଅବଗତ ଅଛି। ଆମର ଟିମ ହାତୀର ଗତିବିଧିକୁ ଅନୁଧ୍ୟାନ କରୁଥିବା କହିଛନ୍ତି ।

Comments are closed.