www.samajalive.in
Saturday, December 13, 2025
21.1 C
Bhubaneswar

ରନ୍ଧନ ଗ୍ୟାସ ଓଜନରେ ଠକେଇ : ଗ୍ରାମ ଯୁବକଙ୍କ ଦ୍ବାରା ସିଲିଣ୍ଡର ବୋଝେଇ ଗାଡ଼ି ଅଟକ

 ତିଗିରିଆ : ତିଗିରିଆ ଅଞ୍ଚଳରେ ରନ୍ଧନ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଓଜନରେ ଠକେଇ ଅଭିଯୋଗରେ ଏକ ଗ୍ୟାସ ଏଜେନ୍ସିର ହୋମ୍ ଡେଲିଭରୀ କରିବାକୁ ଆସିଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ସହିତ ୨ ଜଣଙ୍କୁ ପୁରୁଣାତିଗିରିଆରେ  ଅଟକ ରଖା ଯାଇଥିବା ଜଣାପଡିଛି। ହସ୍ତଗତ ଖବର ମୁତାବକ ବୁଧବାର ଅପରାହ୍ନରେ ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମକୁ ତିଗିରିଆ ଅଞ୍ଚଳର ଏଚପିଗ୍ୟାସର ଏକ ସ୍ଥାନୀୟ ଗ୍ରାମୀଣ ବିତରକ ଲକ୍ଷ୍ମୀ ନାରାୟଣ ଗ୍ୟାସ ପକ୍ଷରୁ ୫୦ଟି ସିଲିଣ୍ଡର ବୋଝେଇ ପିକ୍ଅପ୍ ଭ୍ୟାନ ବିତରଣ କରିବାକୁ ଯାଇଥିଲା। ତେବେ ଗ୍ରାମର କିଛି ଯୁବକ ପ୍ରତି ସିଲିଣ୍ଡରରେ ଠକେଇ ହେଉଥିବା ସନ୍ଦେହ କରି ଗାଡିଟିକୁ ଅଟକାଇ ସିଲିଣ୍ଡରଗୁଡିକୁ ଓଜନ ଯନ୍ତ୍ର ସହାୟତାରେ ମାପ କରିଥିଲେ। ମାପ ସମୟରେ ପ୍ରତି ସିଲିଣ୍ଡରରେ ୪ ରୁ ୫ କେଜି ଗ୍ୟାସ କମ୍ ଥିବାର ଦେଖାଯାଇଥିଲା। ଏହା ଦେଖି ଯୁବକମାନେ  ସିଲିଣ୍ଡର ବୋଝେଇ ପିକ୍ଅପ୍ ସହିତ ଗାଡ଼ିରେ ବିତରଣ କରିବାକୁ ଆସିଥିବା ୨ ଜଣଙ୍କୁ ଗ୍ରାମର କୋଠଘରେ ଅଟକ ରଖି ପୁଲିସକୁ ଖବର ଦେଇଥିଲ। ଗ୍ୟାସ ସିଲିଣ୍ଡର ଭର୍ତ୍ତି ଗାଡ଼ିକୁ ପୁଲିସ ଜିମା ଦିଆଯାଇଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି l

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories