www.samajalive.in
Friday, December 12, 2025
16.1 C
Bhubaneswar

ଡୋକରିଚଞ୍ଚରା ଶ୍ରୀରାମନବମୀ ପାଇଁ ଅଧିବାସ ଅନୁଷ୍ଠିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ସ୍ଥିତ ମଧୁମାଧବ ଗୁଡହାଣ୍ଡି ଡୋକରିଚଞ୍ଚରା ମହୋତ୍ସଵ ୨୦୨୩ର ଶ୍ରୀରାମ ନବମୀ ପାଇଁ ଅଧିବାସ ବୁଧବାର ଅପରାହ୍ନରେ ଆୟୋଜିତ ହୋଇ ଯାଇଛି। ପୂଜା କର୍ତ୍ତା ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ଓ ତାଙ୍କ ସହଧର୍ମଣୀ ଶୁଭ କଳସରେ ଗୁଡହାଣ୍ଡି ଡୋକରିଚଞ୍ଚରାର ପୁଣ୍ୟକୁଣ୍ଡରୁ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା ହେଲା ପରେ ଶୁଭ ଜଳ ଆଣିଥିଲେ। ପରେ ଧାର୍ମିକ ଶୋଭା ଯାତ୍ରାରେ ବାହାରି ଡୋକରିଚଞ୍ଚରାର ଡୋକରିଦେବି ପୀଠ, ବୃନ୍ଦାବତୀ ପୀଠ ଓ ଝଡ଼େଶ୍ୱର ମହାଦେବ ପୀଠ ହୋଇ ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲେ। ଏହି ପୀଠ ପରିକ୍ରମା ଧାର୍ମିକ ଶୋଭାଯାତ୍ରାରେ ସଭାପତି ଭଦ୍ରେଶ୍ୱର ପାତ୍ର, ଉପ-ସଭାପତି ଘନଶ୍ୟାମ ନାଏକ,ଐରୀ ନାଶନ ଚିନ୍ଦା, ସୁଧୀର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଆଦିତ୍ୟ କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ଦୁଷ୍ମନ୍ତ ପଟ୍ଟଯୋଶୀ, ମହେନ୍ଦ୍ର ନାଏକ, ଉପସ୍ଥିତ ଥିଲେ। ପୂଜକ ଦିଲ୍ଲୀପ ଯୋଶୀ ଓ ପୂଜକ ପ୍ରତାପ ପଣ୍ଡା ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଗୁରୁବାରଠୁ ପୂଜା କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଅପ୍ରେଲ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories