www.samajalive.in
Thursday, December 11, 2025
15.1 C
Bhubaneswar

ନଗର ପରିକ୍ରମା ସହିତ ଶୀତଳାଷ୍ଟମୀ ସମ୍ପନ୍ନ 

ଲଡୁଗାଁ : କୋକସରା ବ୍ଲକ  ଲଡୁଗାଁରେ ଦେବୀ ଶୀତଲା ମାତାଙ୍କ ନବରାତ୍ର  ନବ ଶୃଙ୍ଗାର ନଗର ପରିକ୍ରମା ସହିତ ଶୀତଳାଷ୍ଟମୀ ସମ୍ପନ୍ନ  ହୋଇଛି । ପୂଜାର୍ଚ୍ଚନା ପରେ ବୁଧବାର ଅଷ୍ଟମୀ ତିଥିରେ  ଶୀତଲା ମାତାଙ୍କ ରୂପା ସିଂହାସନରେ ନଗର ପରିକ୍ରମା ପୂର୍ବକ  ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ମୁଖ୍ୟ ମନ୍ଦିରରେ ନିମ୍ବ ହଳଦୀ ଧୂପ ପୂଜାର୍ଚ୍ଚନା କରିବା ପରେ ମାଙ୍କ ଶୃଙ୍ଗାର କରାଯାଇଥିଲା। ବସନ୍ତ ଋତୁରେ ମାଙ୍କ ବିଶେଷ ପୂଜା କରାଯାଏ ବୋଲି  ମାଁଙ୍କୁ ବାସନ୍ତୀ ଦେବୀ ବୋଲି ମଧ୍ୟ  କୁହାଯାଏ । ମାଁ ଙ୍କୁ ୫୧ କେଜି ସୁଦ୍ଧ ଘିଅ ହଲୱା, ୧୦୮  ନଡ଼ିଆ ଅର୍ପଣ କରାଯାଇଥିଲା। ମନ୍ଦିରରେ ହାର, କିରିଟ, ସଙ୍ଖା, ନୁପୁର, ସ୍ଵର୍ଣ୍ଣପ୍ରଭା, ଅଣ୍ଟା ପଟି ଆଦି ସ୍ୱର୍ଣ୍ଣ ଶୃଙ୍ଗାର ପରେ ସୁସଜ୍ଜିତ ରୂପା ସିଂହାସନରେ ମା ଶୀତଲା ଦେବୀଙ୍କୁ ଭବ୍ୟ ଶୋଭାଯାତ୍ରାରେ ଲଡୁଗାଁ  ନଗର ପରିକ୍ରମା କରିବା ସମୟରେ ଶ୍ରଦ୍ଧାଳୁ ମାନେ ଘର ଆଗରେ ଝୋଟି ମୁରୁଜ ପକାଇ ଧୂପଦୀପ ନୈବେଦ୍ୟ ଦେଇ ମା’ ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଶୀତଲା ମାତାଙ୍କ ସିଂହାସନ ଗାଁ ଦେବୀ ମାନଙ୍କ ବାଉରୀ, ଦକ୍ଷୀଣ କାଳୀ, ମାନପୁରେନ୍, ଜୟ ଦୁର୍ଗା, ସନ୍ତୋଷୀ, ରାଣୀସତୀ, ସାତ ଭଉଣୀଙ୍କ ମନ୍ଦିର ସହିତ ନଗର ପରିକ୍ରମା କଲାପରେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରାତିରେ ଆରତି ପରେ  ଶିତଲା ମାତାଙ୍କୁ ନିମ୍ବ କାଠରେ ତିଆରି ଦୋଳିକୁ ବିଭିନ୍ନ ପ୍ରକାର ପୁଷ୍ପ ସୁସଜ୍ଜିତ କରି ଝୁଲା ଯାଇଥିଲା । ପୂଜକ ମଞ୍ଜନ ମୁଣ୍ଡ  ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମାତାଙ୍କ ସେବକ ରୀତା ରାଜୀବ ଅଗ୍ରୱାଲ ସପତ୍ନିକ ପୂଜାକର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ବିକାଶ କୁମାର ଅଗ୍ରୱାଲ, ବିନିତ ଗୋୟଲ, ରାଜୀବ କୁମାର ଅଗ୍ରୱାଲ, ପୁନମ ଚନ୍ଦ ଗୋୟଲ, ବିଶାଳ ଗୋୟଲ, ଆଦିତ୍ୟ ଗୋୟଲ ବିଟ୍ଟଲ ଗୋୟଲ, ଅରୁଣ ଗୋୟଲ, ଶ୍ରେୟାଂଶ ଅଗ୍ରୱାଲ, ଶ୍ରେୟସ  କୁମାର ଗୋୟଲ ରିୟାଂଶ ଅଗ୍ରୱାଲ ଗୌରବ ଗୋୟଲ କେଶବ ଗୋୟଲ  ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories