www.samajalive.in
Wednesday, November 12, 2025
19.1 C
Bhubaneswar

ବାଘ ଛାଲ ଜବତ, ୬ ଗିରଫ କୋର୍ଟ ଚାଲାଣ

ଜି ଉଦୟଗିରି : ଟିକାବାଲି ବନ ବିଭାଗକୁ ମିଲିଛି ବଡ ସଫଳତା। ବାଘ ଛାଲ ଚାଲାଣ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାଘ ଛାଲ, କୁତୁରା ଛାଲ, ବାଇକ୍, ବାରୁଦ, ଜାଲ ଓ ଧନୁତୀର ଆଦି ଜବତ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବିବରଣୀରୁ ପ୍ରକାଶ ଯେ ଟିକାବାଲି ବନାଞ୍ଚଳ ପକ୍ଷରୁ  ପାଟ୍ରୋଲିଂ ଚାଲିଥିବା ବେଳେ ହଠାତ ଧନେଶ୍ଵର ନାୟକ ୬୦ ଏକ ବାଇକ ଉପରେ କଲରାପତରିଆ ବାଘ ଛାଲ ରଖି ଚାଲାଣକାରୀଙ୍କୁ ଅପେକ୍ଷା କରିଥିଲେ। ତାଙ୍କୁ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ୍ ଓ ଉପ ବନ ସଂରକ୍ଷକ ମଳୟ ରଞ୍ଜନ କାଲଙ୍କ ନିର୍ଦ୍ଦେଶ କ୍ରମେ ଅଟକ ରଖିଥିଲେ। ଧନେଶ୍ଵରକୁ ନେଇ ଅଟକ ରଖିବାପରେ ତାଠାରୁ ଅଧିକ ତଥ୍ୟ ପାଇଁ ଜେରା ଆରମ୍ଭ କରିଥିଲେ। ଏହାପରେ ବାଘଛାଲ ଶରତ ମଲିକକୁ ଯୋଗାଉଥିବା କହିବା ପରେ ଉଭୟଙ୍କୁ ଗିରଫ ପରେ  କୋର୍ଟ ଚାଲାଣ କରାଯାଇଥିଲା।

- Advertisement -

ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବନ ବିଭାଗ ଜାଲ ବିଛାଇ ଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ସହ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସେମାନଙ୍କଠାରୁ ୨ଟି କଲରାପତରିଆ ବାଘ ଛାଲ, କୁଟୁରା ଛାଲ,୧ଦେଶୀ ବନ୍ଧୁକ,କାଲ, ବାରୁଦ, ଧନୁତୀର, ଆଦି ଜବତ କରିବା ସହ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୌରାଙ୍ଗ ମଲିକ , ସନ୍ତୋଷ ମଲିକ, ବିଭତ୍ସ ମଲିକ, ସଦାନନ୍ଦ କହଁର, ଧନେଶ୍ଵର ନାୟକ ୬୦, ଓ ଶରତ ମଲିକ ୨୫କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଆଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଅଭିଯୁକ୍ତ ସମସ୍ତ ହେଲେ ଫୁଲବାଣୀ ବନକ୍ଷଞ୍ଚଳ ଅନ୍ତର୍ଗତ ଖଜୁରୀପଡ଼ା ସେକ୍ସନ ଅନ୍ତର୍ଗତ ଦଳପଡା ବିଟ ଅଞ୍ଚଳର ବୋଲି ଜଣାପଡିଛି।କେସ ନୋ ଓ ଆର ୫୮/୨୪/୨୫ ରେ ଅଧିକା ତଦନ୍ତ ଜାରି ରଖିବା ସହ ଚେର ବାହାର ରାଜ୍ୟକୁ ମାଳିଛି ନା ନାହିଁ ଦେଖିବାକୁ ବାକି ରହିଲା।ଉକ୍ତ ଚଢ଼ାଉରେ ବନକ୍ଷଞ୍ଚଳ ଅଧିକାରିଣୀ ମାଣିକେଶ୍ଵରୀ ପଟ୍ଟନାୟକ ବନପାଳ ଶ୍ରୀଧର ସାହୂ ସମେତ ଫୁଲବାଣୀ, ଫିରିଙ୍ଗିଆ, ସୁଡୁରୁକୁମ୍ପା, ଟିକାବାଲି ଓ ଜି ଉଦୟଗିରି ରେଞ୍ଜର ସମସ୍ତ ବନ କର୍ମଚାରୀ ଓ ପାରା ଗାର୍ଡ ସହଯୋଗ କରିଥିଲେ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories