ବାର୍ଦ୍ଧକ୍ୟ ଓ ରୋଗ : ଦୂରେଇ ଦିଏ ସଂପର୍କ
ଜି.ଉଦୟଗିରି : ପରିଣତ ବୟସ ଓ ରୋଗ ଆତ୍ମୀୟ ସ୍ୱଜନଙ୍କୁ ପର କରିଦିଏ । ଦୂରେଇ ଦିଏ ସଂପର୍କ । ତା’ର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତରେ । ଏହି ପଞ୍ଚାୟତ ସ୍ଥିତ କିରମାହା ଗ୍ରାମର ଲାଇଲା ନାୟକଙ୍କ ବୟସ ୬୦। ପାଖରେ କେହି ନାହାନ୍ତି ପୁଅ ଆରପାରିରେ। ପକ୍ଷାଘାତ ଶାଶୁକୁ ଛାଡ଼ି ନାତି ଓ ବୋହୂ ରୁହନ୍ତି ଗ୍ରେସିଙ୍ଗିଆରେ। ଏ ନେଇ କୁନା ପଟ୍ଟନାୟକଙ୍କ ସୂଚନା ପରେ ଗ୍ରେସୀଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ ଓ ସମାଜ ସେବୀ ମହମ୍ମଦ ଜିଆଉଦିନ ପହଞ୍ଚି ୧୦୮ଆମ୍ବୁଲାନ୍ସ ସହାୟତାରେ ଲାଇଲାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ ।
Comments are closed.