www.samajalive.in
Sunday, December 14, 2025
26.1 C
Bhubaneswar

କେଦାରନାଥ-ଗୌରୀକୁଣ୍ଡ ରୋପୱେର ଶିଳାନ୍ୟାସ

ଡେରାଡୁନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦୁଇଦିନିଆ କେଦାରନାଥ ଓ ବଦ୍ରିନାଥ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ମନ୍ଦିରରେ ପୂଜର୍ଚ୍ଚନା କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳକୁ ପରିଦର୍ଶନ କରିଥିଲେ। କେଦାରନାଥ ଓ ଗୌରୀକୁଣ୍ଡକୁ ସଂଯୋଗ ନିମନ୍ତେ ନିର୍ମାଣ ହେବାକୁ ଥିବା ରୋପ-ୱେର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଏହି ରୋପୱେର ନିର୍ମାଣ ପରେ କେଦାରନାଥରୁ ଗୌରୀକୁଣ୍ଡକୁ ଯିବା ଲାଗି ମାତ୍ର ୩୦ମିନିଟ୍ ଲାଗିବ। ବର୍ତ୍ତମାନ ଏହି ଦୁଇ ସ୍ଥାନର ଦୂରତା ଅତିକ୍ରମ ଲାଗି ୬ରୁ ୭ଘଣ୍ଟା ସମୟ ଲାଗୁଛି। ୯.୭କିମି ଦୀର୍ଘ ଏହି ପ୍ରକଳ୍ପ ଲାଗି ୨,୪୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବଦ୍ରିନାଥରେ ରିଭରଫ୍ରଣ୍ଟ ପ୍ରକଳ୍ପ ନିର୍ମାଣ ଚାଲିଥିବାବେଳେ ଏହାର ଅଗ୍ରଗତି ବାବଦରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଏହା ସହିତ ମାନାରୁ ମାନା ପାସ୍ (ଏନଏଚ୍-୦୭ ଓ ଜୋଷୀମଠରୁ ମାଲାରୀ (ଏନଏଚ୍-୧୦୭ବି)ର ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଦୁଇ ଜାତୀୟ ରାଜପଥରେ ସବୁଦିନିଆ ରାସ୍ତା କରାଯିବ। ଏହାଦ୍ବାରା ଚୀନ ସୀମାକୁ ସଂଯୋଗ ସହଜ ହେବ। ଏଥିପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଭୋକାଲ ଫର ଲୋକାଲର ଆହ୍ବାନ ଦେଇଛନ୍ତି। ଅର୍ଥାତ୍‌ ଲୋକଙ୍କୁ ସ୍ଥାନୀୟ ଉତ୍ପାଦିତ ଜିନିଷ କ୍ରୟ ଲାଗି ଆହ୍ବାନ ଦେଇଛନ୍ତି। ବିଶେଷକରି କେଦାରନାଥକୁ ଆସୁଥିବା ପର୍ଯ୍ୟଟକଙ୍କୁ ସ୍ଥାନୀୟ ଜିନିଷ କିଣାକିଣିରେ ଆଗ୍ରହ ରଖିବାକୁ କହିଛନ୍ତି। କେଦାରନାଥଙ୍କୁ ପୂଜା ସମୟରେ ପ୍ରଧାନମନ୍ତ୍ରୀ ଏକ ସ୍ବତନ୍ତ୍ର ପୋଷାକ ପରିଧାନ କରିଥିଲେ। ହିମାଚଳ ପ୍ରଦେଶ ହସ୍ତତନ୍ତ ଶିଳ୍ପ ଦ୍ବାରା ନିର୍ମିତ ଏହି ପୋଷାକକୁ ‘ଚୋଲା ଦୋରା’ କୁହାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ତାଙ୍କ ସହିତ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ ସିଂହ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପ୍ରମୁଖ ସାମିଲ ହୋଇଥିଲେ। କେଦାରନାଥ ଓ ବଦ୍ରିନାଥ ହିନ୍ଦୁମାନଙ୍କ ଦୁଇ ଧାର୍ମିକ ପୀଠ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories