ଶନିବାର ରାଶିଫଳ (୨୨/୧୦/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Oct 22, 2022 Share ମେଷ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅଧିକ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବୃଷ : ବିଭିନ୍ନ ସ୍ତରରୁ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗୁଁସାର ହେବେ। ସରଳ ବିଶ୍ବାସୀ ନ ହେବା ଭଲ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶୌର୍ଯ୍ୟରୁ ଓ ରାଜସେବାରୁ ସୁଖ ମିଳିବ। ମିଥୁନ : ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସରକାରୀ ପ୍ରୋତ୍ସାହନ ରାଶି ମିଳିପାରେ। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। କର୍କଟ : ମନୋବଳ ଦୃଢ଼ ରହିବ। ସୃଜନଶୀଳ ହେବେ। ତ୍ୟାଗପୂତ ଜୀବନଯାପନ କରିପାରନ୍ତି । ବିବିଧ ଉପାୟରେ ଧନ ଅର୍ଜନ କରି ନ୍ୟାୟ ମାର୍ଗରେ ପରିଚାଳିତ ହେବେ। ପୁତ୍ରଙ୍କ ପ୍ରୀତିକାରୀ ହେବେ। ସିଂହ : ଉପାର୍ଜନ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଆହାର ସୁଧାର ହେବ। ଶ୍ରେଷ୍ଠ ମାନ୍ୟତା ମିଳିବ। ଉଦ୍ୟମ ପ୍ରଶଂସନୀୟ ହେବ। କନ୍ୟା : ସମଦର୍ଶୀ ହୋଇପାରନ୍ତି। ଏକାନ୍ତ ସାଧନା ଫଳଦାୟକ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଆବଶ୍ୟକତା ଦୃଷ୍ଟିରୁ ଧନ ବ୍ୟୟ କରିବେ। Related Posts ଡିଜେଲ ଚୋରକୁ ମାଡି ବସିଲେ ଗାଡ଼ି ଚାଳକ,… Jan 11, 2025 ଆସାମ କୋଇଲା ଖଣି ଦୁର୍ଘଟଣା – ଉଦ୍ଧାର… Jan 11, 2025 ତୁଳା : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ। ସହିଷ୍ଣୁ ହେବେ। ବିଛା : ଦୟାଳୁ ସ୍ବଭାବର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଘେରି ରହିଥିବା ଜଞ୍ଜାଳ ଜାଲକୁ ଛିନ୍ନ କରି ପ୍ରଗତି ପଥର ପଥିକ ହେବେ। ସତ୍ପରାୟଣ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖକର ହେବ। ଧନୁ : ସମର୍ପିତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦ୍ ବ୍ୟବହାର ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ବ୍ରାହ୍ମଣ ଭକ୍ତିଯୁକ୍ତ ଓ ଶାସ୍ତ୍ରଜ୍ଞ ହେବେ। ମକର : ଅର୍ଥ ଟାଣଟୁଣ ରହିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି । ପାପଧନରେ ଧାର୍ମିକ ହେବେ। କୁଳ ଓ ସ୍ବପକ୍ଷ ଲୋକଙ୍କର ହିତକାରୀ ହେବେ। କୁମ୍ଭ : ସାରାଦିନ ଶୁଭମୟ ହେବ। ହର୍ଷଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ନରାଧମମାନଙ୍କର ପରପୀଡ଼ନକୁ ନିନ୍ଦା କରିପାରନ୍ତି। ଆଶା ଓ ଭରସାର ଆଶ୍ରିତ ହୋଇପାରନ୍ତି। ସୁସ୍ଥ ରହିବେ। ମୀନ : ସତ୍କର୍ମ ପାଇଁ ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ। ମନରେ ସେବାଭାବନା ଜାଗ୍ରତ ହେବ। ଆପଣଙ୍କ ପ୍ରତିଭାରେ ମଗ୍ନ ହୋଇ ଶତ୍ରୁ ବି ଶାନ୍ତ ପଡ଼ିପାରେ। ଋଣଦାତା ସୁଧ ଛାଡ଼ କରି ମୂଳଧନକୁ କୋହଳ କରିବ। Share FacebookTwitterWhatsApp
Comments are closed.