କଣ୍ଟାବାଞ୍ଜିରୁ ପୁଣି ୨୨ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି : କଂଟାବାଞ୍ଜି ପୁଲିସ ଶୁକ୍ରବାର  ହାଇଦ୍ରାବାଦ ଚାଲାଣ କରିବାକୁ ଦାଦନ ଶ୍ରମିକମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ନେଉଥିବା ବେଳେ, ବାଟରୁ ଉଦ୍ଧାର କରିଥିବା ସୁଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜ୍ୟ ବାହାରକୁ କଣ୍ଟାବାଞ୍ଜି ରେଳ ଷ୍ଟେସନ୍ ଯୋଗେ ଯିବାକୁ ପ୍ରସ୍ତୁତି କରିଥିଲେ। ତେବେ କଣ୍ଟାବାଞ୍ଜି ରେଳ ଷ୍ଟେସନ୍ ପାଖ ଝୁପୁଡି ପଡା ଠାରେ ଆଗରୁ ଛକି ବସିଥିବା କଣ୍ଟାବାଞ୍ଜି ପୁିଲିସ ଦୁଇ ଗୋଟି ବୋଲେରୋରେ ଯାଉଥିବା ପ୍ରାୟ ୨୨ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଏଥିରେ ମୋଟ ୭ଜଣ ମହିଳା, ୧୦ଜଣ ପୁରୁଷ ଥିବା ବେଲେ ୫ଜଣ ଛୋଟ ପିଲା ଥିବା ସୁଚନା ମିଳିଛି  ତେବେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ପୁଲିସ ପ୍ରତିଦିନ ଏଭଲି ଚଢ଼ଉ କରି ବେଆଇନ ଭାବରେ ରାଜ୍ୟ ବାହାରକୁ ଯାଉଥିବା ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯିବ ବୋଲି ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳ କହିଛନ୍ତି । ପୁଲିସ ଗୋଟିଏ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରା ଯାଉଛି ବୋଲି ତଦନ୍ତ ଅଧିକାରୀ ଏସଆଇ ହୀରା ଖାଲଖୋ ସୂଚନା ଦେଇଛନ୍ତି।ଏହି ମାମଲାରେ ଦୁଇଗୋଟି ବୋଲୋରୋ ଗାଡି ଜବତ କରିବା ସହ ଚାଳକକୁ କୋର୍ଟ ଚାଲାଣ କରାଯାଇଛି ।

kalyan agarbati

Comments are closed.