www.samajalive.in
Sunday, December 7, 2025
13.1 C
Bhubaneswar

ଜାତୀୟସ୍ତର ଅନୁଷ୍ଠାନ ଆପେଡା ସହାୟତା ଓ ସ୍ବାତୀ ସହଯୋଗରେ ଦିନିକିଆ ଚାଷୀ କର୍ମଶାଳା

ଜି.ଉଦୟଗିରି : ଜାତୀୟସ୍ତର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆପେଡା ସହାୟତା ଓ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ବାତୀ ସହଯୋଗରେ ସ୍ଥାନୀୟ ସମନ୍ନୀତ ସଭାଗୃହରେ ସ୍ବାତୀର ସଂଯୋଜିକା ସୁଶ୍ମୀତା ଜେନାଙ୍କ ଅଧ୍ୟକ୍ଷତାରେ ଶତାଧିକ ଚାଷୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବାଣିଜ୍ୟ ଉତ୍ସବ କର୍ମଶାଳାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ଯୋଗଦେଇ ଚାଷୀ ମାନଙ୍କୁ ଚାଷ କରିବା ପୂର୍ବରୁ ମାଟି ପରିକ୍ଷା କଲେ କେଉଁ ଚାଷ ହୋଇପାରିବ,ବିହନ ବିଶୋଧନ ଦ୍ବାରା ଫସଲ ନଷ୍ଟ ହେବନାହିଁ,ଧାଡି ରୁଆ ଦ୍ବାରା ଅଧିକ ଅମଳ ହୋଇପାରିବ ଏଣୁ ଏସବୁ ବିଷୟରେ ଚାଷୀ ଭାଇ ମାନେ ଅଧିକ ଗୁରୁତ୍ବ ଦେବାକୁ କହିଥିଲେ।
ଅନ୍ୟତମ ଅତିଥି ଭାବେ ବୈଜ୍ଞାନିକ ସୁଜିତ କୁମାର ମୂଖି ମୃର୍ତ୍ତୀକା ସ୍ବାସ୍ଥ୍ୟ କାର୍ଡ ଦ୍ବାରା ଚାଷୀଙ୍କ ଆୟ କିପରି ଦ୍ବିଗୁଣୀତ ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଳକ କୃଷି ଅଧିକାରୀ ଉପେନ୍ଦ୍ର ପ୍ରସାଦ ପାଢୀ ଚାଷ ପୋକ ନିରାକରଣ ଉପରେ ମତବ୍ୟକ୍ତ କରିଥିଲେ।ଏଥି ସହିତ ଜିଲ୍ଲାର ଜଣେ ମହିଳା ଚାଷୀ ଅନୀତା ମଲିକ ଓ ଅନ୍ୟତମ ଚାଷୀ ଅଭିମନ୍ୟୁ ପ୍ରଧାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ଶତାଧିକ ଚାଷୀ ଚାଷର ସୁବିଧା ଅସୁବିଧା ସମ୍ପର୍କରେ ଅତିଥି ମାନଙ୍କୁ ବହୁ ପ୍ରଶ୍ନ ପଚାରି ବୁଝିଥିଲେ।ଆୟୋଜିତ କର୍ମଶାଳାରେ ୯ ଜଣ ସଫଳ ଚାଷୀ, ହେମନ୍ତ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ଶ୍ୟାମନାଥ ପ୍ରଧାନ, ସୁରେଖା ପ୍ରଧାନ, ପ୍ରକାଶ ନାୟକ, ଦାନିଏଲ ନାୟକ, ସନ୍ତୋଷ କୁମାର ନାୟକ,  ସୁବଳ ପ୍ରଧାନଙ୍କୁ ସଫଳ ଉଦ୍ୟୋଗ ଚାଷୀ ଭାବେ ମାନପତ୍ର ପ୍ରଦାନ କରାଯାଇଥିଲା।କାର୍ୟ୍ୟକ୍ରମକୁ ସ୍ବାତୀର ସମ୍ପାଦକ ଇଂ.ହରିଶଙ୍କର ରାଉତ ପରିଚ କରିଥିବାବେଳେ କର୍ମୀ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories