www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜେଇ ସହ କାର ଜବତ

ଜି ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ୧୧.୩୦ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ ନିକଟରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ପୁଲିସ ଗାଡ଼ିକୁ ଅଟକାଇ ଥିବାବେଳେ ଗଞ୍ଜେଇ ଚାଲାଣ କାରି ତିନି ଜଣ ଗାଡ଼ିକୁ ଛାଡି ସେଠାରୁ ଚମ୍ପଟ ମାରିଥିଲେ। ତଲାସି ବେଳେ ଗାଡ଼ିରୁ ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଛି। ଓଜନ କରାଯିବା ପରେ ୨୩ କିଲୋ ୩୦୦ ଗ୍ରାମ ହୋଇଥିବା ଜଣାପଡିଛି।
ଏନେଇ ରାଇକିଆ ଥାନାରେ ଏନଡିପିଏସ ଆକ୍ଟ୍ ରେ ମାମଲା ରୁଜୁ କରାଯାଇ ଫେରାର ଗଞ୍ଜେଇ ଚାଲାଣକାରିଙ୍କୁ ଖୋଜାଖୋଜି କରାଯାଉଥିବା ଥାନାଧିକାରୀ ସାନ୍ତୁନ କୁମାର କହିଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories