ଜମ୍ମୁ: ଶୋପିୟାଁରେ ଏକ ସେଓ ବଗିଚାରେ ମଙ୍ଗଳବାର ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଜଣେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଉଭୟ ମୃତ ଏବଂ ଆହତ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି ପୁଲିସ। ଘଟଣା ସମ୍ପର୍କରେ ସୂଚନା ଦେଇଛି କାଶ୍ମୀର ଜୋନ୍ ପୁଲିସ।
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ନାମ ସୁନୀଲ କୁମାର ହୋଇଥିବାବେଳେ ଆହତ ବ୍ୟକ୍ତି ପିଣ୍ଟୁ କୁମାର ବୋଲି ଜଣାପଡିଛି। ଉଭୟ ଦୁଇ ଭାଇ ଏବଂ ସେଓ ବଗିଚାରେ ଏକାଠି କାମ କରୁଥିଲେ।



