www.samajalive.in
Monday, December 15, 2025
15.1 C
Bhubaneswar

ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ

ପୁରୀ : ଜ୍ୱର ପୀଡା ଲାଘବ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରି ତେଲ । ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଶ୍ରୀଜୀଉ ଅସୁସ୍ଥ ହୋଇଛନ୍ତି । ଅଣସରଘରେ ଦଇତାପତି ପ୍ରଭୁଙ୍କ ସେବା କରୁଛନ୍ତି । ସପ୍ତାବରଣ ଏବଂ ଶ୍ରୀଅଙ୍ଗ ଫିଟା ପରେ ମଙ୍ଗଳବାର ପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପ ଦିଆଯାଇଛି । ପଟିଦିଅଁଙ୍କ ମଧ୍ୟାହ୍ଣ ଧୂପ ପରେ ଓଡ଼ିଆ ମଠରୁ ଫୁଲୁରି ତେଲ ଅଣାଯାଇଥିଲା। ତିନିଟି ମାଟି ପାତ୍ରରେ ୬ସେର ତେଲ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ। ବଟଗଣେଶଙ୍କ ମନ୍ଦିର ସମ୍ମୁଖ ସରଘରେ ତାହାକୁ ରଖାଯାଇଥିଲା। ଅଣସର ତାଟି ଖୋଲିବା ପରେ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣ ଫୁଲୁରିତେଲ ଅଣସର ଘରକୁ ପଠାଇଥିଲେ। ପତିମହାପାତ୍ର ସଂସ୍କାର କରିବା ପରେ ଚାରି ବାଡ଼ଗ୍ରାହୀ ଦଇତାପତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଫୁଲୁରିତେଲ ଲେପ ଦେଇଛନ୍ତି। ଘଣାପେଡ଼ା ରାଶିତେଲରେ ବାସ୍ନା ଧାନ, ବାସ୍ନା ଚାଉଳ, ମେଥି, ବେଣାଚେର, ସାତ ପ୍ରକାର ଔଷଧୀୟ ମୂଳ, ମଲ୍ଲି, ଚମ୍ପା, କିଆଫୁଲ, ବଉଳଫୁଲ, କସ୍ତୁରୀ, କର୍ପୂର, ଚୁଆ ଓ କେଶର ପକାଯାଇ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥିଲା। ଜ୍ୱର ସମୟରେ ସୁବାସିତ ତେଲ ମାଲିସ କରାଗଲେ ଶରୀର ବ୍ୟଥା ଦୂର ହୋଇଥାଏ।
ପରମ୍ପରା ଅନୁଯାୟୀ ବର୍ଷକ ପୂର୍ବରୁ ଶ୍ରୀଜୀଉଙ୍କ ଉଦେଶ୍ୟରେ ଫୁଲୁରିତେଲ ପ୍ରସ୍ତୁତି ଆରମ୍ଭ ହୁଏ। ଗତବର୍ଷ ହେରାପଞ୍ଚମୀ ତିଥିରେ ମଠ ମହନ୍ତ ଦୁଇଟି ମାଠିଆରେ ଘଣାପେଡ଼ା ରାଶିତେଲ ରଖି ମାଟିତଳେ ପୋତିଥିଲେ। ସେଥିରେ ବିଭିନ୍ନ ଚେରମୂଳି ସମେତ ସୁବାସିତ ଫୁଲ ପକାଯାଇଥିଲା। ଚଳିତବର୍ଷ ସ୍ନାନପୂର୍ଣ୍ଣମୀ ପୂର୍ବଦିନ ସହସ୍ର କୁମ୍ଭବରଣ ସମୟରେ ମାଟିରୁ ତେଲମାଠିଆ ବାହାର କରାଯାଇ ଛଣାଯିବା ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା। ବହୁବର୍ଷ ଧରି ମଠ ମହନ୍ତ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବା ପାଇଁ ଅଣସର ସମୟରେ ଫୁଲୁରି ତେଲ ଯୋଗାଇ ଆସୁଛନ୍ତି। ପ୍ରଭୁଙ୍କ ଶରୀରରେ ତେଲ ଲାଗିକରିବା ଦଇତାପତିଙ୍କ ସାମୂହିକ ସେବା । ଫୁଲୁରି ତେଲ ଲେପ ଦିଆଯିବା ପରେ ଶ୍ରୀଜୀଉଙ୍କ ଶରୀରର ତାତି ହ୍ରାସ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories