www.samajalive.in
Sunday, December 14, 2025
26.1 C
Bhubaneswar

ଅଲାରନାଥ ପୀଠରେ ଶ୍ରୀଚୈତନ୍ୟ

ପୁରୀ : ହିନ୍ଦୁ ଧର୍ମରେ ବିଷ୍ଣୁଭକ୍ତ ଭାବରେ ଶ୍ରୀଚୈତନ୍ୟଙ୍କ ନାମ ଶ୍ରେଷ୍ଠ ସ୍ଥାନରେ ରହିଛି। ଶ୍ରୀଜୀଉଙ୍କ ଅନବସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଶ୍ରୀଚୈତନ୍ୟ ସମୁଦ୍ର କୂଳେ କୂଳେ ଆସି ବ୍ରହ୍ମଗିରିର ଅଲାରନାଥ ପୀଠରେ ପହଞ୍ଚିଥିଲେ। ଅଲାରନାଥଙ୍କ ରୂପରେ ଚତୁର୍ଦ୍ଧାମୂର୍ତ୍ତି ବିଷ୍ଣୁଙ୍କୁ ଦେଖି ସେ ଭାବବିହ୍ୱଳ ହୋଇ ପ୍ରଣିପାତ କରୁଥିବାବେଳେ ତାଙ୍କର ଗଭୀର ଭକ୍ତିରେ ପଥର ତରଳିଯାଇ ତାଙ୍କ ସର୍ବାଙ୍ଗଚିହ୍ନ ପଥର ଦେହରେ ଖୋଦିତ ହୋଇଯାଇଥିଲା। କଠିନ ପଥର ଉପରେ ଶ୍ରୀଚୈତନ୍ୟଙ୍କ ସେହି ସର୍ବାଙ୍ଗ ଚିହ୍ନ “ଚୈତନ୍ୟ ଚକଡା’କୁ ଉଦ୍ଧାର କରାଯାଇ ବୈଷ୍ଣବ ଧର୍ମାବିଲମ୍ବୀ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ବେଢା ପରିସରରେ ସ୍ୱତନ୍ତ୍ର ଭାବେ ସ୍ଥାନିତ କରାଯାଇଛି। ବୈଷ୍ଣବ ଧର୍ମାଲମ୍ବୀଙ୍କ ପାଇଁ ଅଲାରନାଥ ଦେବଙ୍କ ସହ “ଚୈତନ୍ୟଚକଡା’ ଏକ ପୂଣ୍ୟତୀର୍ଥ ଭାବେ ପରିଗଣିତ ହୋଇଛି। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀଚୈତନ୍ୟ ଜୀବନର ଶେଷ ୧୮ବର୍ଷ ଭକ୍ତିଆନ୍ଦୋଳନର ମୁଖ୍ୟ ପୁରୋଧାଭାବେ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରି ବୈଷ୍ଣବ ଧର୍ମର ସ୍ରୋତକୁ ପ୍ରଖରତର କରିଚାଲିଥିଲେ। ଅନବସର ସମୟରେ ଜଗନ୍ନାଥଙ୍କ ଦର୍ଶନ ନ ପାଇ ଶ୍ରୀଚୈତନ୍ୟ ଅଲାରନାଥଙ୍କୁ ଦର୍ଶନ କରି ତାଙ୍କ ଭକ୍ତିର ବିରହ ଜ୍ଜ୍ୱାଳାକୁ ପ୍ରଶମିତ କରିଥିଲେ। ଏହି ସମୟରେ ବହୁ ଚୈତନ୍ୟପ୍ରେମୀ ଭକ୍ତ ଓ ସାଧୁସନ୍ଥ ଅଲାରନାଥ ଦର୍ଶନ ପାଇଁ ବ୍ରହ୍ମଗିରିକୁ ଆସିଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ ଦ୍ୱାରା ଶ୍ରୀଜଗନ୍ନାଥଙ୍କୁ ବର୍ଷସାରା ଦର୍ଶନ କରିବାର ସମପରିମାଣ ଫଳ ପ୍ରାପ୍ତି ହୋଇଥାଏ। ଶ୍ରୀଚୈତନ୍ୟଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗୌଡୀୟ ସମ୍ପ୍ରଦାୟର ଭକ୍ତ ପୁରୀରୁ ପଦଯାତ୍ରା କରି ସଂକୀର୍ତ୍ତନ ଓ ହରିବୋଲ ଧ୍ୱନି ମଧ୍ୟରେ ଅଲାରନାଥ ପୀଠରେ ପହଞ୍ଚିଥାନ୍ତି। ଶ୍ରୀଚୈତନ୍ୟଙ୍କ ସର୍ବାଙ୍ଗ ଚିହ୍ନକୁ ଦର୍ଶନ କରି ଆନନ୍ଦରେ ଆତ୍ମହରା ହୋଇଥାଆନ୍ତି। ଅନବସରରେ ଅଲାରନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଚୈତନ୍ୟ ଚକଡାକୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥାନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories