www.samajalive.in
Sunday, December 14, 2025
23.1 C
Bhubaneswar

ଆସିପାରିଲାନି ଆମ୍ବୁଲାନ୍ସ, ଟୋକେଇରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ସ୍ୱାସ୍ଥ୍ୟସେବାର ନଗ୍ନ ନମୂନା ପୁଣିଥରେ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ବ୍ୟବସ୍ଥା ଥିଲେ ମଧ୍ୟ ପୁଣିଥରେ ଟୋକେଇରେ ଜଣେ ଗର୍ଭବତୀଙ୍କୁ ବୁହା ହେବା ଘଟଣା ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି।
ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବହୁ ବ୍ୟବସ୍ଥା କଥା କହୁଥିବା ବେଳେ ପୁଣି ମାଓ ପ୍ରବଣ ମାଲକାନଗିରି ଜିଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସାମନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ଗର୍ଭବତୀଙ୍କୁ ବାଧ୍ୟ ହୋଇ ଟୋକେଇରେ ସ୍ୱାମୀ ଓ ଦେଢ଼ଶୂର ବୋହିବୋହି ଆଣିବା ନଗ୍ନ ଚିତ୍ର ସାମନାକୁ ଆସିଛି। ଘଟଣା ଘଟିଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମର ଘାଗଡ଼ାବନ୍ଧ ଗ୍ରାମରେ। ମଙ୍ଗଳବାର ମଧ୍ୟାହ୍ନରେ ଗ୍ରାମର ତୁଲୁ ଆନ୍ଦାକୁ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେବେ ଅତ୍ୟନ୍ତ ଦୁର୍ଗମ ଓ ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ବର୍ଷା ଫଳରେ ଗ୍ରାମ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍ସ ସେହି ଗ୍ରାମକୁ ଯିବାକୁ ମନା କରି ଦେଇଥିଲା। ତେଣୁ ବାଧ୍ୟ ହୋଇ ପରିବାରବର୍ଗ ତାଙ୍କ ଗ୍ରାମରୁ ଚିତ୍ରକୋଣ୍ଡା ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୫କିଲୋମିଟର ଦୂର ଏକ ଟୋକେଇରେ ଗର୍ଭବତୀଙ୍କୁ ବୋହି ବୋହି ଆଣିଥିଲେ।
ନୂଆଗୁଡ଼ା ପଞ୍ଚାୟତ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ତୁଲୁ ଆନ୍ଦା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣାଯାଇଛି। ମା ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି।
ଏଠାରେ ପ୍ରକାଶଥାଉକି ନୂଆଗୁଡ଼ାର ଘାଗଡ଼ାବନ୍ଧ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। କେବଳ ଭଙ୍ଗା ଦଦରା ମୁରୁମ ରାସ୍ତା ନିର୍ମାଣ କରି ଅଧପନ୍ତରିଆ ଅବସ୍ଥାରେ ଛାଡି ଦେଇଥିବାରୁ ଏହି ରାସ୍ତାରେ ଯାନବାହାନ ନୁହେଁ ମଣିଷ ଚାଲିବା ମଧ୍ୟ କଷ୍ଟକର। ଏଭଳି ସ୍ଥିତିରେ କୌଣସି ଦୂରାରୋଗ୍ୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଏହି ଅଞ୍ଚଳବାସୀଙ୍କୁ ଦୁଃଖ ଦ୍ୱିଗୁଣିତ ହୋଇଯାଉଛି। ବହୁ ସରକାରୀ ଯୋଜନା ସତ୍ତ୍ବେ ପୁଣି ଜଣେ ଗର୍ଭବତୀଙ୍କୁ ଟୋକେଇରେ ବୋହି ନେଉଥିବା ଘଟଣା ଦେଖିଲେ ମାଲକାନଗିରି ଭଳି ଉପାନ୍ତ ଓ ଅବହେଳିତ ଜିଲାର ସ୍ୱାସ୍ଥ୍ୟସେବା କଥା ବୁଝି ହେଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories