ପୁଣି ବଢ଼ିଲା ତେଲ ଦର

0

ନୂଆଦିଲ୍ଲୀ : ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଗୁରୁବାର ପେଟ୍ରୋଲ ଦର ଲିଟର ପିଛା ୧୬-୧୭ ପଇସା ଓ ଡିଜେଲ ଲିଟର ପିଛା ୧୦-୧୨ ପଇସା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଫଳରେ  ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକ ତେଳ ଦର ବୃଦ୍ଧି କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ଦର  ୭୫.୧୭ ଡଲାର ରହିଛି ।

prayash

ଏହି ବୃଦ୍ଧି ଫଳରେ  ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ୭୧ ପଇସା ଓ ଡିଜେଲ ଦର ଲିଟର ପିଛା ୬୭ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି ମୁମ୍ବଇରେ ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କା ୧୦ ପଇସା ଓ ଡିଜେଲ ଦର ଲିଟର ପିଛା ୭୮ ଟଙ୍କା ୩୯ ପଇସାକୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୫୪ ପଇସା ଓ ଡିଜେଲ ଟ.୭୨ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି ।

kalyan agarbati
Leave A Reply