www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ କେଉଁ ଫଳ କେଉଁ ସମୟରେ ଖାଇବା ଉଚିତ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଫଳ ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପଯୋଗୀ। ଫଳରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଥାଏ। ଯାହାକି ଶରୀରକୁ ସୁସ୍ଥ ଓ ଶକ୍ତ କରିବା ପାଇଁ ନିହାତି ଆବଶ୍ୟକ। ହେଲେ ଫଳ ଏକ ନିର୍ଦ୍ଧାରିତ ସମୟରେ ଖାଇବା ଉଚିତ। ନଚେତ ଏହାର ସମ୍ପୂର୍ଣ୍ଣ ଲାଭ ମିଳି ପାରିବ ନାହିଁ, ଏଥିସହିତ ସମୟ ସମୟରେ ଏହାର କୁପ୍ରଭାବ ମଧ୍ୟ ଦେଖା ଦେଇଥାଏ। ତେଣୁ ଆପଣ ଏ ବିଷୟରେ ଅବଗତ ରହିବା ଉଚିତ ଯେ କେଉଁ ସମୟରେ କେଉଁ ଫଳ ଖାଇବା ଉଚିତ।

– ସେଓରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଓ ଅନେକ ଭିଟାମିନ୍‌ ରହିଥାଏ। ଏହି ଫଳରେ ଶରୀରରୁ ଟକ୍ସିକ(ବିଷାକ୍ତ ଭାଗ) ବାହାର କରିବାର ଗୁଣ ମଧ୍ୟ ରହିଛି। ଏହାକୁ ସକାଳ ସମୟରେ ଖାଲି ପେଟରେ ଖାଇବା ସ୍ବାସ୍ଥ୍ୟ ପ୍ରତି ଭଲ।
– କମଳାରେ ପ୍ରଚୁର ପରମାଣର ‘ଭିଟାମିନ୍‌-ସି’ ରହିଛି। ଏହାବ୍ୟତୀତ ଭିଟାମିନ୍‌ ଏ, ଆମିନୋ ଏସିଡ୍‌, କ୍ୟାଲସିୟମ୍‌, ଆୟୋଡିନ୍‌, ଫସଫରସ୍‌, ସୋଡିୟମ୍‌ ଆଦି ମଧ୍ୟ ରହିଛି। କମଳା ଖାଇବା ପୂର୍ବରୁ ନିଶ୍ଚୟ ଧ୍ୟାନ ଦେବେ ଯେପରି ସକାଳୁ କିମ୍ବା ରାତିରେ ଏହାକୁ ଖାଇବେ ନାହିଁ। ଯେତେବେଳେ ବି ଖାଆନ୍ତୁ, ଖାଇବାର ୧ ଘଣ୍ଟା ପୂର୍ବରୁ ନଚେତ ପରେ ଖାଇବା ଉଚିତ।
– ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ଜଳ ମାତ୍ରା ଅଧିକ ରହେ। ଏହି ଫଳ ଖାଇବା ଦ୍ବାରା ଶରୀର ଫୂର୍ତ୍ତି ଲାଗିଥାଏ। ଏଥିରେ ବିଭିନ୍ନ ଭିଟାମିନ୍ ଭରପୁର ହୋଇ ଥାଏ। ଏହାକୁ ଖାଲି ପେଟରେ ଖାଇବା ବେଶି ଲାଭପ୍ରଦ ହୋଇଥିବାରୁ ସକାଳ ସମୟରେ ହିଁ ଆପଣ ଅଙ୍ଗୁର ଖାଇବା ଉଚିତ।
– କଦଳୀରେ ଫାଇବର୍, ପୋଟାସିୟମ, କ୍ୟାଲସିୟମ୍‌ ଓ ଭିଟାମିନ୍‌-ସି ରହିଛି। ଦିନକୁ ଗୋଟିଏ କଦଳୀ ଖାଇଲେ ଶରୀରରେ କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରିତ ରହିଥାଏ। ରାତି ବ୍ୟତୀତ ଅନ୍ୟ କୌଣସି ସମୟରେ କଦଳୀ ଖାଇପାରନ୍ତି।
– ନଡ଼ିଆରେ ଫାଇବର୍‌, କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ରହିଛି। ପେଟ ସମସ୍ୟା ଥିବା ବ୍ୟକ୍ତିମାନେ ସବୁ ସମୟରେ ପଇଡ଼ ପାଣି ପିଇପାରିବେ। ଏହାକୁ ପିଇଲେ ବିଭିନ୍ନ ଧରଣର ପେଟ ସମସ୍ୟା ଦୂର ହୋଇଥାଏ।
– ଆମ୍ବ ମଧ୍ୟ ଏକ ସୁସ୍ବାଦୁ ଓ ସ୍ବାସ୍ଥ୍ୟ ଉପଯୋଗୀ ଫଳ। ଏଥିରେ ଭିଟାମିନ୍‌ ବି-୬, ଭିଟାମିନ୍‌ ଏ, ଫାଇବର୍‌ ଆଦି ଭରପୂର ପରିମାଣରେ ରହିଛି। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ କପର ପରି ମିନେରାଲ୍ ମାତ୍ରା ମଧ୍ୟ ଅଧିକ ଥାଏ। ମାତ୍ର ଧ୍ୟାନ ରଖନ୍ତୁ ଯେ ଏହା ପେଟ ଗରମ କରିଥାଏ। କ୍ଷୀର ମିଶାଇ ଆମ୍ବ ସେକ୍‌ ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories