www.samajalive.in
Sunday, December 14, 2025
17.1 C
Bhubaneswar

ସର୍ବଭାରତୀୟ ଫଳ ଗବେଷଣା ପ୍ରକଳ୍ପ ତରଫରୁ ଆଦିବାସୀ ଅଞ୍ଚଳରେ ଫଳଚାରା ବଣ୍ଟନ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ଫଳ ଗବେଷଣା ପ୍ରକଳ୍ପ ତରଫରୁ କନ୍ଧମାଳ ଜିଲାର ଆଦିବାସୀମାନଙ୍କୁ ଉନ୍ନତ ଧରଣର ଜୈବିକ ପ୍ରକ୍ରିୟାରେ ବିକଶିତ ବିଭିନ୍ନ ଫଳଚାରା ବଣ୍ଟନ କରାଯାଇଛି। ଏହି କ୍ରମରେ ପ୍ରଥମ ଥର ପାଇଁ ଫୁଲବାଣୀ ବ୍ଲକର ମିଣିଆ ଗ୍ରାମପଞ୍ଚାୟତର କର୍ଣ୍ଣଡ଼ା ଗ୍ରାମର ୨୮ ଜଣ କୃଷିଜୀବୀଙ୍କୁ କଦଳୀ, ଅଧିକ ଅମଳକ୍ଷମ ଆମ୍ବ ଓ କାଶ୍ମୀର ଲାଲ ଆପଲ୍‌ ବେର (କଲମୀ ବରକୋଳି) ଆଦି ଚାରା ବଣ୍ଟନ କରାଯାଇଛି। ଏଥି ସହିତ ଉଦ୍ୟାନ କୃଷି ଉପକରଣ ଯଥା- କୋଦାଳ, ଶାବଳ, ଦାଆ, ସିକେଚର ଓ ସିଞ୍ଚନ ଯନ୍ତ୍ର ପ୍ରଭୃତି ବଣ୍ଟନ କରାଯାଇଛି। ଏସବୁ ଚାରାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଜୈବିକ କୃଷି ପଦ୍ଧତିରେ ଚାଷ କରିବା ପାଇଁ ଆବଶ୍ୟକୀୟ ଜୈବିକ ପୋଷକତତ୍ତ୍ୱ ଓ ଜୈବିକ କୀଟନାଶକ ଆଦି ଯୋଗାଇ ଦିଆଯାଇଛି। ଏହି ଜୈବିକ କୃଷି ପଦ୍ଧତିର ବିଭିନ୍ନ ଦିଗ ସଂପର୍କରେ ଚାଷୀମାନଙ୍କ ମଧ୍ୟରେ ବୈଠକ କରି ତାଲିମ ଦିଆଯାଇଛି। ଏହି ଚାଷ ପ୍ରକ୍ରିୟାକୁ ଆପଣାଇବା ପାଇଁ ଆଦିବାସୀ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଥିଲା। ଭାରପ୍ରାପ୍ତ ବୈଜ୍ଞାନିକ ଡ. ସୌଦାମିନୀ ସ୍ୱାଇଁ ଓ ଉଦ୍ଭିଦ ରୋଗ ବିଶେଷଜ୍ଞ ବିପିନ କୁମାର ପ୍ରଧାନ ଚାଷୀମାନଙ୍କୁ ଏହି ତାଲିମ ପ୍ରଦାନ କରିଥିଲେ। ପ୍ରକଳ୍ପ ମୁଖ୍ୟ ଡ. ପ୍ରକାଶ କୁମାର ପାଟିଲ କାର୍ଯ୍ୟକ୍ରମ ସକାଶେ ଅର୍ଥ ଯୋଗାଇ ଦେଇଥିବାବେଳେ ସୁନୀଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories